Home ଜିଲ୍ଲା ପରିକ୍ରମା ନୟାଗଡ଼ କଲେଜରେ ଶିକ୍ଷକ ସହୀଦ ଦିବସ ପାଳିତ

ନୟାଗଡ଼ କଲେଜରେ ଶିକ୍ଷକ ସହୀଦ ଦିବସ ପାଳିତ

55

ନୟାଗଡ଼, ୯ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ କଲେଜ ପରିସର ମଧ୍ୟରେ ଥିବା ସହୀଦ ସ୍ମୃତି ସ୍ତମ୍ଭ ନିକଟରେ ଓ୍ରା ଆନୁକୂଲ୍ୟରେ କଲେଜର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ପୌରହିତ୍ୟରେ ଶିକ୍ଷକ ସହୀଦ ଦିବସ ପାଳିତ ହୋଇଯାଇଛି। ସୂଚନା ଥାଉକି ଶିକ୍ଷକ ମହାସଂଘ ଆହ୍ୱାନ କ୍ରମେ ୧୯୭୮ ମସିହା ମାର୍ଚ୍ଚ ୯ତାରିଖରେ ଶିକ୍ଷକମାନଙ୍କର ବିଭିନ୍ନ ଦାବିନେଇ ଭୁବନେଶ୍ୱର ଠାରେ ଅନୁଷ୍ଠିତ ଶିକ୍ଷକ ସମାବେଶରେ ଯୋଗଦେବାକୁ ଯାଉଥିବାବେଳେ ୬ଜଣ ଶିକ୍ଷକ ଶିକ୍ଷୟତ୍ରୀ ସଡ଼କ ଦୁୁର୍ଘଟଣାରେ ପ୍ରାଣବଳୀ ଦେଇଥିଲେ। ଶିକ୍ଷକମାନଙ୍କର ଆନ୍ଦୋଳନ ଫଳ ସୂରୁପ ପରବର୍ତ୍ତୀ ସମୟରେ ଶିକ୍ଷକ ଶିକ୍ଷୟତ୍ରୀମାନେ ସିିଧା ସଳଖ ବେତନ ପ୍ରାପ୍ତି ସହ ବିଭିନ୍ନ ଦାବି ହାସଲ କରିଥିଲେ। ଯାହାକି ଏହି ଦିବସର ସ୍ମୃତି ଉଦ୍ଦେଶ୍ୟରେ ଶିକ୍ଷକ ସହୀଦ ଦିବସ ଭାବେ ଏହି ଦିବସକୁ ପାଳନ କରାଯାଉଛି। ଏହି ପରିପ୍ରେକ୍ଷିରେ ମଙ୍ଗଳବାର ପୂର୍ବାହ୍ନରେ କଲେଜ ପରିସରସ୍ଥ ସହୀଦ ସ୍ମୃତି ସ୍ତମ୍ଭ ନିକଟରେ ସହୀଦ ଦିବସ ପାଳିତ ହୋଇଥିଲା। ଏହି ସ୍ମତି ସଭାରେ ସମାଜସେବୀ ପ୍ରମୋଦ କୁମାର ପଟ୍ଟନାୟକ, ବିଶ୍ୱନାଥ ମହାପାତ୍ର, ଶିକ୍ଷକନେତା ନିରଜଂନ ମିଶ୍ର, ତ୍ରଲୋଚନ ଦାଶ, ଅନାଦି ଚରଣ ମହାନ୍ତି, ଏମ୍ ଆଉରଙ୍ଗଜେବ, କିଶୋର ଚନ୍ଦ୍ର ପରମଗୁରୁ, ଅଯୋଧ୍ୟ ଦାସ, ଉମର ମଲ୍ଲିକ, ମାଣିକେଶ୍ୱର ସ୍ୱାଇଁ, ପ୍ରଦ୍ୟୁମ୍ନ ନନ୍ଦ ପ୍ରମୁଖ ଶିକ୍ଷକମାନଙ୍କର ସଂଗ୍ରାମ ଓ ଆନ୍ଦୋଳନର ରୂପରେଖ ସହିତ ସେମାନଙ୍କର ସ୍ମୃତିଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରତିବର୍ଷ ପାଳନ ନିମନ୍ତେ ବିଶ୍ୱନାଥ ମହାପାତ୍ରଙ୍କୁ ଆବାହକ ଭାବେ ମନୋନୀତ କରାଯାଇଥିବାବେଳେ ଓଷ୍ଟା ସହିତ କଲେଜ କର୍ତ୍ତୃପକ୍ଷ ସହଯୋଗୀ ରହିବେ ବୋଲି ସ୍ଥିର କରାଯାଇଥିଲା। ଶିକ୍ଷକବନ୍ଧୁ ଭକ୍ତ ରଂଜନ ମହାରଣାଙ୍କୁ ଏହି ସଭାରେ ଶିକ୍ଷକ ସଂଗଠନ ପାଇଁ ତାଙ୍କର ଅନବଦ୍ୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.