Home ଓଡ଼ିଶା ନୟାଗଡ଼ କଲେଜରେ ବିଜ୍ଞାନରେ ୫୧୧ରୁ ୪୮୪ ଓ ମାଳିସାହି ଗତୀଶ୍ୱର କଲେଜରେ ୧୮୪ରୁ ୧୭୧ ପାଶ୍‌

ନୟାଗଡ଼ କଲେଜରେ ବିଜ୍ଞାନରେ ୫୧୧ରୁ ୪୮୪ ଓ ମାଳିସାହି ଗତୀଶ୍ୱର କଲେଜରେ ୧୮୪ରୁ ୧୭୧ ପାଶ୍‌

187

ନୟାଗଡ଼, ୧୩ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ କଲେଜ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳରେ ୫୧୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୮୪ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ପାଶ୍ ହାର ୯୪.୭୦% ହୋଇଥିବା ଜଣାପଡ଼ିଛି। ତେବେ ଏଥିମଧ୍ୟରୁ ୯୦%ରୁ ଅଧିକ ୨ଜଣ ରହିଥିବାବେଳେ ୮୦%ରୁ ୮୯% ମଧ୍ୟରେ ୬୦ଜଣ, ୭୦%ରୁ ୭୯.୯% ମଧ୍ୟରେ ୧୩୨ଜଣ ଓ ୬୦%ରୁ ୬୯.୯% ମଧ୍ୟରେ ୧୫୩ ଜଣ ରହିଛନ୍ତି। ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୪୭ଜଣ, ଦ୍ୱିତୀୟ ଶ୍ରେଣୀରେ ୧୧୮ଜଣ, ତୃତୀୟ ଶ୍ରେଣୀରେ ୧୯ଜଣ ପାଶ୍ କରିଥିବାବେଳେ ୨୭ଜଣ ଫେଲ୍ ହୋଇଛନ୍ତି। ସେହିପରି ନୂଆଗାଁ ବ୍ଳକ ମାଳିସାହି ଗତୀଶ୍ୱର କଲେଜର ବିଜ୍ଞାନ ପରୀକ୍ଷା ଫଳ ସନ୍ତୋଷ ଜନକ ହୋଇଛି। ଏହି କଲେଜରେ ବିଜ୍ଞାନରେ ୧୮୪ଜଣ ପରୀକ୍ଷା ଦେଇଥିବାବେଳେ ସମୁଦାୟ ୧୬୯ଜଣ ପାଶ୍ କରିଛନ୍ତି। ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୪୦ଜଣ, ଦ୍ୱିତୀୟ ଶ୍ରେଣୀରେ ୮୩ଜଣ, ତୃତୀୟ ଶ୍ରେଣୀରେ ୪୬ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି କଲେଜର ଛାତ୍ର ଲକ୍ଷ୍ମୀଧର ପରିଡ଼ା ସର୍ବୋଚ୍ଚ ୫୦୨ ନମ୍ବର ରଖି କଲେଜର ଟପ୍ପର ହୋଇଛନ୍ତି। ସେହିପରି ରାଜସୁନାଖଳା କଲେଜରେ ୧୨୪ରୁ ୧୨୧ ପାଶ କରିଥିଲାବେଳେ ରଣପୁର କଲେଜରେ ୫୩ରୁ ୩୫ଜଣ ଓଡ଼ଗାଁ ରଘୁନାଥ କଲେଜରୁ ୧୨୭ରୁ ୧୨୨ ଜଣ ପାଶ୍ କରିଛନ୍ତି। ଗଣିଆ ଡ.ଆରସି ସାମନ୍ତରା କଲେଜରେ ୯୮.୩୦ ପ୍ରତିଶତ ପାଶ୍ କରିଥିଲାବେଳେ ଆଡ଼କଟା ବନମାଳୀ ବାରିକ କଲେଜରେ ପାଶ ହାର ୯୨.୧୫ % ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.