Home ଓଡ଼ିଶା ନୟାଗଡ଼ : କରୋନା ବିଗାଡ଼ିଦେଲା ରାକ୍ଷୀ ବେପାର

ନୟାଗଡ଼ : କରୋନା ବିଗାଡ଼ିଦେଲା ରାକ୍ଷୀ ବେପାର

176

ନୟାଗଡ଼, ୩୦/୭: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କରୋନା ପ୍ରଭାବରେ ରାକ୍ଷୀ ବେପାର ବିଗିଡ଼ି ଯାଇଛି। ହତାଶ ହୋଇପଡ଼ିଛନ୍ତି ରାକ୍ଷୀ ବେପାରୀମାନେ। ବୁଡ଼ି ଯାଉଛି ସେମାନଙ୍କ ସିଜିନ୍ ବେପାର। ବର୍ଷକେ ୪/୫ଥର ସିଜିନ୍ ବେପାରକୁ ଅନାଇ ଯେଉଁମାନେ ରୋଜଗାରର ପନ୍ଥା ବାଛିଥିଲେ ସେମାନେ ଏବେ ପରିବାର ଚଳେଇବାର କୂଳ କିନାରା ପାଉନାହାନ୍ତି। ଯାହାକି ଚଳିତ ବର୍ଷର ରାକ୍ଷୀ ବେପାରରୁ ଜଣାପଡ଼ୁଛି। ଅଗଷ୍ଟ ୩ ତାରିଖରେ ପଡ଼ୁଛି ରାକ୍ଷୀ ବନ୍ଧନ। କରୋନା ଭୟରେ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଭଉଣୀ ରାକ୍ଷୀ କିଣିବାକୁ ବାହାରକୁ ବାହାରି ପାରୁନଥିବାବେଳେ ରାକ୍ଷୀ ଚାହିଦା କମି ଯାଇଛି। ରାକ୍ଷୀ ବେପାର ପୁରା ମାନ୍ଦା ହୋଇପଡ଼ିଛି। ରାକ୍ଷୀ ଦୋକାନରେ ଆଉ ଆଗପରି ଗହଳି ଚହଳି ଲାଗିଥିବା ଦେଖିବାକୁ ମିଳୁନି। ସ୍କୁଲ, କଲେଜ ଛୁଟିଥିବା ଯୋଗୁଁ ଛାତ୍ରଛାତ୍ରୀମାନେ ଆଉ ବଜାରକୁ ଆସୁନାହାନ୍ତି। ଯାହାକି ରାକ୍ଷୀ ବେପାର ଆଉ କାହାକୁ ନେଇ ହେବ ବୋଲି କେତେକ ରାକ୍ଷୀ ବେପାରୀଙ୍କୁ ପଚାରିବାରେ କହିଛନ୍ତି। ପୂର୍ବବର୍ଷମାନଙ୍କ ଅପେକ୍ଷା ନୟାଗଡ଼ରେ ରାକ୍ଷୀ ଦୋକାନ ଯଥେଷ୍ଟ କମ ଥିବାବେଳେ ରାକ୍ଷୀର ଚାହିଦା ବି କମ୍ ରହିଛି। ରାକ୍ଷୀ ବିକ୍ରି କରି ଭଲ ଦି’ପଇସା ରୋଜଗାର କରିବା ଲକ୍ଷ୍ୟରେ ଥିବା ବେପାରୀ ଏବେ ନିରାଶ ହୋଇପଡ଼ିଛି। ଯେଉଁ ରାକ୍ଷୀ ବେପାରୀମାନେ ରାକ୍ଷୀ ବିକ୍ରି କରିବା ପାଇଁ ହଜାର ହଜାର ଟଙ୍କାର ରାକ୍ଷୀ କିଣି ଆଣି ରଖିଛନ୍ତି ଏଭଳି କରୋନା ପରିସ୍ଥିତିରେ ସେମାନେ କ’ଣ କରିବେ ବୋଲି ମୁଣ୍ଡରେ ହାତଦେଇ ବସିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.