ନୟାଗଡ଼, ୨୨ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ ଆଜି ନୂଆ ଆକ୍ରାନ୍ତ ୫ ଚିହ୍ନଟ ସହ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୫୪କୁ ବୃଦ୍ଧି ପାଇଥିବାବେଳେ ଜିଲାର ପ୍ରଶାସନିକ ଅଧିକାରୀ କରୋନା ସଙ୍ଗରୋଧ ଗୃହରେ ରହିଥିବା ନୟାଗଡ଼ ପାଇଁ ଉଦ୍ବେଗର କାରଣ ହୋଇଛି। ଗତକାଲି ଡିଆରଡିଏ ସମ୍ମିଳନୀ କକ୍ଷରେ ଏନଆରଇଜିଏସ୍ ସମୀକ୍ଷା ବୈଠକରେ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ଯୋଗଦେଇଥିବାବେଳେ ତାଙ୍କୁ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା।ଏହି ବୈଠକରେ ତାଙ୍କ ସାଥିରେ ନୟାଗଡ଼ ବନଖଣ୍ଡ ଅଧିକାରା ଏଚ ଡି ଧନରାଜ, ପିଡି ସୁବାଷ ଚନ୍ଦ୍ର ରାୟ ଏବଂ ମହାନଦୀ ବନ୍ୟପ୍ରାଣୀ ଡିଭିଜନ ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍ଗାତା ବସିଥିଲେ। ଯାହାକି କରୋନା ସଂକ୍ରମଣ ଆଶଙ୍କାରେ ଏହି ଅଧିକାରୀମାନେ ଏବଂ କିଛି କର୍ମଚାରୀ ସଙ୍ଗରୋଧ ଗୃହରେ ରହିଥିବା ଜଣାପଡ଼ିଛି। ସମସ୍ତଙ୍କର ସ୍ୱାବ ପରୀକ୍ଷା କରାଯିବ ବୋଲି ପଡିଙ୍କ ସୂଚନାମତେ ଜଣାପଡ଼ିଛି। ଅନ୍ୟପକ୍ଷରେ ଆଜି ୨ଜଣ ମହିଳା ଓ ୩ଜଣ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୫ଜଣ ହେଉଛନ୍ତି ରଣପୁର ବ୍ଳକରୁ ୩ଜଣ, ଭାପୁର ବ୍ଳକରୁ ଜଣେ ଓ ନୂଆଗାଁ ବ୍ଳକରୁ ଜଣେ ବୋଲି ଜଣାପଡ଼ିଛି।