Home Coronavirus Outbreak ନୟାଗଡ଼: ଆଜି ପୁଣି ୬୦ ପଜିଟିଭ୍ ଚହ୍ନଟ, ସୁସ୍ଥ ୧୪

ନୟାଗଡ଼: ଆଜି ପୁଣି ୬୦ ପଜିଟିଭ୍ ଚହ୍ନଟ, ସୁସ୍ଥ ୧୪

90

ନୟାଗଡ଼, ୫ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ରେ ଆଜି ପୁଣି ୬୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ୬୦ ପଜିଟିଭ୍‌ ମଧ୍ୟରୁ ଭାପୁର ବ୍ଳକରେ ୩ ଚିହ୍ନଟ ହୋଇଥିବାବେଳେ ଦଶପଲ୍ଳା ବ୍ଳକରୁ ୯ ଜଣ, ଗଣିଆ ବ୍ଳକରୁ ୫, ଖଣ୍ଡପଡ଼ା ବ୍ଳକରୁ ୪, ନୟାଗଡ଼ ବ୍ଳକରୁ ୧୭, ନୂଆଗାଁ ବ୍ଳକରୁ ୪, ଓଡ଼ଗାଁ ବ୍ଳକରୁ ୫, ରଣପୁର ବ୍ଳକରୁ ୧୦ ଓ ନୟାଗଡ଼ ମ୍ୟୁନିସିପାଲିଟିରୁ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ୬୦ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୭୯ ହୋଇଛି। ଅନ୍ୟପକ୍ଷରେ ଆଜି ୧୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ସରକାରୀଭାବେ ଜଣାପଡ଼ିଛି। ଓଡ଼ଗାଁ ବ୍ଳକର ଶରଧାପୁର ପଂଚାୟତ ଆମରାପୁର ଗାଁକୁ ଜିଲାପାଳ କଂଟେନମେଂଟ ଜୋନ ଭାବେ ଘୋଷଣା କରିଛନ୍ତି। କେହି ବାହାରକୁ ନଯିବାପାଇଁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.