Home ଓଡ଼ିଶା ନୟାଗଡ଼ର ଯବନ ଭକ୍ତ ଆଫତାବ୍ ଙ୍କ ପାଇଁ ନନ୍ଦିଘୋଷ ରଥ ଗଡ଼ିଲା ବୋଲି ଚର୍ଚ୍ଚା

ନୟାଗଡ଼ର ଯବନ ଭକ୍ତ ଆଫତାବ୍ ଙ୍କ ପାଇଁ ନନ୍ଦିଘୋଷ ରଥ ଗଡ଼ିଲା ବୋଲି ଚର୍ଚ୍ଚା

214

ନୟାଗଡ଼, ୨୨ା୬:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ର ଜଗନ୍ନାଥ ଭକ୍ତ ମୁସଲମାନ ପୁଅ ଆଫତାବ୍ ପାଇଁ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ନନ୍ଦିଘୋଷ ରଥ ଗଡ଼ିଲା ବୋଲି ସବୁଠି ଚର୍ଚ୍ଚା। ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ ପାଇଁ ନିଷ୍ପତି ଶୁଣାଇବା ପରେ ଜଗନ୍ନାଥଙ୍କ ଭକ୍ତ ମହଲରେ ଘୋର ଅଶାନ୍ତି ସୃଷ୍ଟି ହୋଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ନୟାଗଡ଼ ଇଟାମାଟି ନାରାୟଣ ପାଟଣା ସାହିର ୧୯ବର୍ଷୀୟ ଯବାନ ପୁଅ ଆଫତାବ୍‌ ଏହାର ପୁନର୍ବିଚାର କରିବା ପାଇଁ ସୁପ୍ରିମ କୋର୍ଟରେ ପିଟିସନ୍ ଦାଏର କରିଥିଲେ। ସେ ବି ଆଶା କରିଥିଲେ ରଥଯାତ୍ରା ହେବାପାଇଁ ସୁପ୍ରିମକୋର୍ଟଙ୍କ କଣ୍ଠରେ ଜଗନ୍ନାଥ ନିଶ୍ଚୟ ବିଜେ କରିବେ। ତାହା ସତ ପ୍ରମାଣିତ ହୋଇଛି। ନନ୍ଦିଘୋଷ ରଥ ଗଡ଼ିବ। ରଥଯାତ୍ରା ପାଇଁ ରାଜ୍ୟ ସରକାର ପକ୍ଷ ହେବା ସହ କେନ୍ଦ୍ର ସରକାର ସମର୍ଥନ ହେବା ପରେ ସୁପ୍ରିମକୋର୍ଟ ରଥଯାତ୍ରା କରିବାକୁ ଅନୁମତି ଦେଇଛନ୍ତି। ପୁରୀ ରଥଯାତ୍ରାର ଅନୁମତି ସମଗ୍ର ଓଡ଼ିଆ ଜାତିର ଭାବାବେଗର ବିଜୟ ହୋଇଛି। କରୋନା କରାଳ ଛାୟା ଭିତରେ ଭକ୍ତଶୂନ୍ୟ ରଥଯାତ୍ରାକୁ ସବୁ ମହଲରେ ସ୍ୱାଗତ କରାଯାଇଥିଲା ବେଳେ ଯବନ ପୁଅ ଭକ୍ତ ଆଫତାବ୍ ପାଇଁ ରଥ ଗଡ଼ିଲା ବୋଲି କହିବା ସହିତ ତାଙ୍କ ଭକ୍ତିକୁ ସବୁଠି ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.