Home ଜିଲ୍ଲା ପରିକ୍ରମା ନୟାଗଡ଼ରେ ସରକାରୀ ଯୋଜନା ସଚେତନତା କର୍ମଶାଳା

ନୟାଗଡ଼ରେ ସରକାରୀ ଯୋଜନା ସଚେତନତା କର୍ମଶାଳା

117

ନୟାଗଡ଼, ୯.୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) – ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହ ସୃଜନ ଠାରେ ଜିଲ୍ଲା ପ୍ରଶାସନ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ମିଳିତ ସହଯୋଗରେ ସରକାରୀ ଯୋଜନା ସଚେତନତା କାର୍ଯ୍ୟକ୍ରମ ଓ ଲୋକସେବା ଅଧିକାର ଅଧିନିୟମ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବୈଜୟନ୍ତୀମାଳା ମହାନ୍ତି, ଜିଲ୍ଲାପାଳ ଡା.ଏନ. ତିରୁମାଲା ନାୟକ୍, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଶନ୍ନ କୁମାର ଦାସ, ଉପଜିଲ୍ଲାପାଳ ଶ୍ରୀ ଜିତେନ୍ଦ୍ର କୁମାର ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନାମ ଚରଣ ପାତ୍ର, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଆସିଥିବା ଅଧିକାରୀ ଶ୍ରୀ ରାଜକିଶୋର ପଟ୍ଟନାୟକ ଓ ଶ୍ରୀମତୀ ମଂଜୁଳା ଆଚାର୍ଯ୍ୟ ଉପସ୍ଥିତ ରହି ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ସଂପର୍କରେ ଆଲୋଚନା କରିଥିଲେ। ଏହି କର୍ମଶାଳାର ଆଭିମୁଖ୍ୟ ଓ ଧାରାବଳୀ ସଂପର୍କରେ ଜିଲ୍ଲାପାଳ ଡା.ନାୟକ୍ ସୂଚନା ଦେଇଥିଲେ। ପରେ ପରେ ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ସଂପର୍କରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାସ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେବା ଯୋଗାଣ, ଅପିଲ, ପୁନଃନିରିକ୍ଷଣ, ଆର୍ଥିକ ଦଣ୍ଡବିଧାନ, ନିୟମାବଳୀ ପ୍ରଣୟନର ଅଧିକାର ଆଦି ସଂପର୍କରେ ବିଶଦ ଭାବରେ ବୁଝାଇଥିଲେ। ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଚଳିତ ସମସ୍ତ ଯୋଜନା ବିଷୟରେ ସାଧାରଣ ଜନତା ଠିକ୍ ଭାବରେ ଅବଗତ ହୋଇ ସମସ୍ତ ସୁବିଧା ଯେପରି ପାଇ ପାରିବେ ଏବଂ ଯୋଜନାରୁ କେହି ଯେପରି ବାଦ୍ ନ ପଡ଼ନ୍ତି ସେ ସଂପର୍କରେ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଏଥି ସହିତ ଆର.ଟି.ଓ., ସ.ିଡି.ଏମ.ଓ., ଜିଲ୍ଲା ସବରେଜିଷ୍ଟ୍ରାର ପ୍ରମୁଖ ନିଜ ନିଜର ସରକାରୀ ସେବା ସଂପର୍କରେ ଅବଗତ କରାଇଥିଲେ।

ଏହି ବୈଠକରେ ଜିଲ୍ଲା ସଂଯୋଜକ ଶ୍ରୀ ସନ୍ତୋଷ କୁମାର ଷଡ଼ଙ୍ଗୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ, ଜିଲ୍ଲାର ସମସ୍ତ ତହସିଲଦାର, ମଣ୍ଡଳ ଉନ୍ନୟନ ଅଧିକାରୀ, ଜିଲ୍ଲାସ୍ତରୀୟ ସମସ୍ତ ପଦାଧିକାରୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.