Home ଓଡ଼ିଶା ନୟାଗଡ଼ରେ ପୁଣି ନୂଆ ୫ କରୋନା ଆକ୍ରାନ୍ତ

ନୟାଗଡ଼ରେ ପୁଣି ନୂଆ ୫ କରୋନା ଆକ୍ରାନ୍ତ

78

ନୟାଗଡ଼, ୧୨ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ରେ କରୋନା ସଂକ୍ରମଣ ତା’ର କାୟା ବିସ୍ତାର କରିଚାଲିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୪ ଥିବାବେଳେ ରବିବାର ପୁଣି ୫ ନୂଆ ଚିହ୍ନଟ ହୋଇଛନ୍ତି। ଏହି ନୂଆ ୫ଜଣରୁ ୨ଜଣ ମହିଳା ହୋଇଥିଲାବେଳେ ହେଲେ ଭାପୁର ବ୍ଳକ ଭଗବାନପୁର ଟିଏମସିରୁ ୧ଜଣ, କଂଟିଲୋ ରୁ ୧ଜଣ, ରଣପୁରର ବସନ୍ତପୁରରୁ ୧ଜଣ, ରଣପୁରର ସିନ୍ଦୁରିଆ ତେଲିପାଟଣାରୁ ୧ଜଣ ଓ ଦଶପଲାରୁ ୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ତେବେ ଜିଲା ପ୍ରଶାସନ ପକ୍ଷରୁ ୨୭୪ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୭୯ ସୁସ୍ଥ ହୋଇଥିବାବେଳେ୧୯ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ଓ ଜଣେ କରୋନାରେ ମୃତ୍ୟୁ ହୋଇଛନ୍ତି। କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨୩ଜଣ କରୋନା ଯୋଦ୍ଧା ହୋଇଥିବାବେଳେ ଏଥିମଧ୍ୟରୁ ୪ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.