Home ଜିଲ୍ଲା ପରିକ୍ରମା ନୟାଗଡ଼ରେ ଥାଲାସେମିଆ ଏବଂ ହେମୋଫୋଲିଆ ରୋଗୀଙ୍କ ପାଇଁ ଆକଳନ ଶିବିର

ନୟାଗଡ଼ରେ ଥାଲାସେମିଆ ଏବଂ ହେମୋଫୋଲିଆ ରୋଗୀଙ୍କ ପାଇଁ ଆକଳନ ଶିବିର

145

ନୟାଗଡ଼, ତା. ୦୧.୦୮.୧୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) – ଆଜି ଦିବା ୧୦ଘଟିକା ସମୟରେ ଜିଲ୍ଲା ସଦର ହସପିଟାଲ ପରିସରରେ ଥାଲାସେମିଆ ଏବଂ ହେମୋଫୋଲିଆ ରୋଗୀଙ୍କ ନିମନ୍ତେ ଅନୁଷ୍ଠିତ ଏକ ଆକଳନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ. ଏନ. ତିରୁମାଲା ନାୟକ ଏହି ଶିବିରର ଶୁଭ ଉଦ୍ଘାଟନ କରି ରୋଗୀଙ୍କ ପାଇଁ ପ୍ରମାଣ ପତ୍ର ପ୍ରଦାନ କରିବା ସହିତ ସେମାନଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଶିବିରରେ ୭୫ଜଣ ଯୋଗ୍ୟ ଭିନ୍ନକ୍ଷମଙ୍କ ପାଇଁ ପ୍ରମାଣ ପତ୍ର ଯୋଗାଇ ଦେବା ପାଇଁ ସ୍ଥିର କରାଯାଇଥିଲା। ଏହି ଶିବିରରେ ଡ. ଶତୃଘ୍ନ ନାୟକ ଉପସ୍ଥିତ ରହି ପରୀକ୍ଷା କରିଥିଲେ। ସିଡିଏମଓ ଡ. ଶ୍ୱେତ ମହାପାତ୍ର ଏହି ଶିବିରରେ ଉପସ୍ଥିତ ଥିଲେ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଭାତ କୁମାର ସାହୁ ଉକ୍ତ ଶିବିରକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.