Home ଓଡ଼ିଶା ନୟାଗଡ଼ରେ ଚିଲିକା ଫ୍ରେସ୍

ନୟାଗଡ଼ରେ ଚିଲିକା ଫ୍ରେସ୍

507

ନୟାଗଡ଼, ୧୩ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼-ଖଣ୍ଡପଡ଼ା ରାସ୍ତାର ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଚିଲିକା ଫ୍ରେସ୍ ଉଦ୍ଘାଟିତ ହୋଇଯାଇଛି। କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଏହାକୁ ଉଦ୍ଘାଟନ୍ କରିଛନ୍ତି। ଚିଲିକା ମାଛର ସ୍ୱାଦ ନୟାଗଡ଼ବାସୀ ସୁବିଧାରେ ଏବଂ ତଟକାରେ ପାଇବା ଆଶାରେ ଏହି ଚିଲିକା ଫ୍ରେସ ଖୋଲା ଯାଇଥିବା ମନ୍ତ୍ରୀ ଡ. ସାହୁ ମତ ଦେଇଛନ୍ତି। ନୟାଗଡ଼ର ଲୋକ ଚିଙ୍ଗୁଡ଼ି, କଙ୍କଡ଼ା ଓ ଚିଲିକା ମାଛ ପାଇଁ ବାଲୁଗାଁ, ଟାଙ୍ଗି ଯାଉଥିବାବେଳେ ଏହି ଚିଲିକା ଫ୍ରେସ ଖୋଲିବା ଫଳରେ ଆଉ ଏଣିକି ଚିଲିକା ଯିବାକୁ ପଡ଼ିବ ନାହିଁ। ଏପରିକି ନୟାଗଡ଼ ଜିଲ୍ଲାର ଯେଉଁ ସବୁ ଡ୍ୟାମ ଅଛି ସେଥିରୁ ଯେଉଁ ନଗଦ ମାଛ ଧରାଯାଉଛି ଏହିଠାରେ ସେହି ଜିଅନ୍ତା ମାଛ ମିଳିପାରିବ ବୋଲି ଚିଲିକା ଫ୍ରେସର ପରିଚାଳନକ ଏସ୍.କେ.ୟୁସୁବ୍ କହିଛନ୍ତି। ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଫିସ୍ଫେଡ଼ ଓଡ଼ିଶାର ଅଧ୍ୟକ୍ଷ ଏବଂ ଫିସ୍କୋପଫେସ୍ ନୂଆଦିଲ୍ଲୀ, ଅନ୍ତର୍ଜାତୀୟ ମତ୍ସ୍ୟ ସମବାୟ ସଂଗଠନ ଦକ୍ଷିଣକୋରିଆ ଟି.ପ୍ରସାଦ ରାଓ ଦୋରା, ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିଭାଗର କମିଶନର ତଥା ଶାସନ ସଚିବ ବିଶାଲ ଗଗନ, ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ ବିଭାଗର ନିର୍ଦ୍ଦେଶକ ରତ୍ନାକର ରାଉତ, ଜିଲ୍ଲାପାଳ ଡ.ଏନ୍, ତିରୁମାଳା ନାଏକ, ଏସପି ଶଶିଭୂଷର ଶତପଥୀ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଚିଲିକା ଫ୍ରେସର ପରିଚାଳନକ ଏସ୍.କେ.ଇସୁବ୍ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.