Home ଜିଲ୍ଲା ପରିକ୍ରମା ନୟାଗଡ଼ରେ ଗଣସତ୍ୟାଗ୍ରହ, ଶତାଧିକ ଗିରଫ

ନୟାଗଡ଼ରେ ଗଣସତ୍ୟାଗ୍ରହ, ଶତାଧିକ ଗିରଫ

21

ନୟାଗଡ଼, ୮ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ସର୍ବଭାରତୀୟ ଆହ୍ୱାନ କ୍ରମେ ନୟାଗଡ଼ ସଦର ମହକୁମାରେ ସିଆଇଟିୟୁ, କୃଷକସଭା ଓ କ୍ଷେତମୂଲିଆ ସଂଘର ନେତୃତ୍ୱରେ ଶତାଧିକ ସତ୍ୟାଗ୍ରହୀ କେନ୍ଦ୍ର ସରକାରର ଶ୍ରମିକ ଓ କୃଷକ ବିରୋଧୀ ନୀତିର ପ୍ରତିବାଦ ସ୍ୱରୂପ ବିକ୍ଷୋଭ ସତ୍ୟାଗ୍ରହ ପୂର୍ବକ ଗିରଫ ହୋଇଥିଲେ। ଆଶାକର୍ମୀ, ପାଚିକା ଓ ସହାୟିକାମାନଙ୍କୁ ସରକାରୀ ମାନ୍ୟତା ସହ ସର୍ବନିମ୍ନ ଦୈନିକ ସାତଶହ ଟଙ୍କା ମଜୁରୀ ଦେବା, ଠିକା ନିଯୁକ୍ତି ବଦଳେ ସ୍ଥାୟୀ ନିଯୁକ୍ତି କରିବା, ଧାନ କ୍ୱିଂଟାଲ ଦାମ୍ ସର୍ବନିମ୍ନ ତିନି ହଜାର ଟଙ୍କା କରିବା, ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ସଂପ୍ରସାରିତ କରି ଶ୍ରମିକମାନଙ୍କୁ ସର୍ବନିମ୍ନ ବାର୍ଷିକ ଦୁଇଶହ ଦିନର କାମ ଯୋଗାଇବା, ଚାଷୀକୁ ଆବଶ୍ୟକୀୟ ସାର, ବିହନ ସଠିକ୍ ମୂଲ୍ୟରେ ଯୋଗେଇ ଦେବା, ବଜାର ଦର ଉପରେ ଲଗାମ ଦେବା, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦର କମାଇବା ପ୍ରଭୃତି ଦାବିରେ ସିଆଇଟିୟୁର ଜିଲ୍ଲା ସଭାପତି ବିଶ୍ୱନାଥ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ କୃଷକ ଓ ଶ୍ରମିକ ପଟୁଆରରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ ଏବଂ ପୋଲିସ କର୍ଡନ ଭାଙ୍ଗି ଗିରଫ ହୋଇଥିଲେ। ଏହି ଆନ୍ଦୋଳନରେ ଆଶାକର୍ମୀ ନେତ୍ରୀ ନଳିନୀ ଦାଶ, ଶୁଭଶ୍ରୀ ପଟ୍ଟନାୟକ, ପ୍ରତିଭା ମଞ୍ଜରୀ ବେହେରା, ସରୋଜିନୀ ସାହୁ, କୃଷକ ନେତା ଗୋଲକ ବିହାରୀ ମୁଦୁଲି, ରୁଷି ପ୍ରଧାନ, ନୀରଞ୍ଜନ ସାହୁ, ଭାଗିରଥୀ ସ୍ୱାଇଁ, ସିଆଇଟିୟୁ ପକ୍ଷରୁ ପବିତ୍ର ଇନ୍ଦ୍ରଜିତ୍‌, ଏସ୍ ଏ କରିମ୍‌, ଜ୍ୟୋତିପ୍ରଭା ଜେନା ପ୍ରମୁଖ ସତ୍ୟାଗ୍ରହର ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.