Home Coronavirus Outbreak ନୟାଗଡ଼ରେ କରୋନା ମୃତ୍ୟୁ ସଂଖ୍ୟା ୧୭, ଆକ୍ରାନ୍ତ ୩୭୯୭ ଓ ସୁସ୍ଥ ୩୨୩୩

ନୟାଗଡ଼ରେ କରୋନା ମୃତ୍ୟୁ ସଂଖ୍ୟା ୧୭, ଆକ୍ରାନ୍ତ ୩୭୯୭ ଓ ସୁସ୍ଥ ୩୨୩୩

207

ନୟାଗଡ଼, ୧୩ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢୁଛି। ଗତକାଲି ସୁଦ୍ଧା ସରକାରୀ ଭାବେ କରୋନା ମୃତ୍ୟୁ ସଂଖ୍ୟା ୧୬ ଥିଲାବେଳେ ଆଜି ପୁଣି ଜଣେ କରୋନାରେ ମୃତ୍ୟୁ ବରଣ କରିଥିବା ଅସମର୍ଥୀତ ସୂତ୍ରରୁ ଜଣାପଡ଼ିଛି। ମୃତକ ହେଲେ ନୟାଗଡ଼ ବ୍ଳକ ଅନ୍ତର୍ଗତ ଗମ୍ଭାରିଡିହି ପଂଚାୟତ ନନ୍ଦପୁରର ଜଣେ ପୁରୁଷ ବ୍ୟକ୍ତି। ସେ ନୟାଗଡ଼ ଡାକ୍ତରଖାନା ପଛପାଖେ ରହୁଥିଲେ। ସେ କରୋନାରେ ଆକ୍ରାନ୍ତ ହୋଇ ପ୍ରଥମେ ଚାନ୍ଦପୁର ଓ ପରେ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଅନ୍ୟପକ୍ଷରେ ଜିଲାରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ଗତକାଲି ସୁଦ୍ଧା ୩୭୩୭ ଥିଲାବେଳେ ଆଜି ପୁଣି ନୂଆ ୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ସମୁଦାୟ ୩୭୯୭ କରୋନା ଆକ୍ରାନ୍ତ ହୋଇଛନ୍ତି ଓ ଆଜି ସୁଦ୍ଧା ୩୨୩୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.