Home ଜିଲ୍ଲା ପରିକ୍ରମା ନୟାଗଡ଼ରେ ଆଜି ୭୦, ସମୁଦାୟ ୩୨୮୫

ନୟାଗଡ଼ରେ ଆଜି ୭୦, ସମୁଦାୟ ୩୨୮୫

49

ନୟାଗଡ଼, ୪ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାରେ ଆଜି ୭୦ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛି। ଗତକାଲି ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩୨୧୫ ଥିଲାବେଳେ ଆଜି ୭୦ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୮୫ରେ ପହଂଚିଛି। ସେହିପରି ଭାବରେ ଆଜି ୧୧୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଆଜି ଯେଉଁ ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନେ ହେଲେ ଭାପୁର ୍‌ବ୍ଳକରୁ୮ଜଣ, ଦଶପଲାରୁ ୬ଜଣ, ଦଶପଲା ଏନଏସିରୁ ୪ଜଣ, ଗଣିଆ ବ୍ଳକରୁ ଜଣେ, ଖ୍‌ଣ୍ଡପଡ଼ା ୍‌ବ୍ଳକରୁ ୩ଜଣ, ଖ୍‌ଣ୍ଡପଡ଼ା ଏନଏସିରୁ ଜଣେ, ନୟାଗଡ଼ ବ୍ଳକରୁ ୧୩ଜଣ, ନୟାଗଡ଼ ପୌରାଂଚଳରୁ ୧୨ଜଣ, ନୂଆଗାଁ ବ୍ଳକରୁ ୩ଜଣ, ଓଡ଼ଗାଁ ବ୍ଳକରୁ ୫ଜଣ, ଓଡ଼ଗାଁ ଏନଏସିରୁ ୪ଜଣ ଓ ରଣପୁର ବ୍ଳକରୁ ୧୦ ଜଣ। ଅନ୍ୟପକ୍ଷରେ ଆଜି ଦଶପଲ୍ଲା ଦୁର୍ଗା ବଜାରରେ ଦୋକାନ ଦେଇଥିବା ଜଣେ ବ୍ୟବସାୟୀଙ୍କ କରୋନାରେ ମୃତ୍ୟୁ ଘଟିଥିବା ଅସମର୍ଥୀତ ସୂତ୍ରରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.