Home Coronavirus Outbreak ନୟାଗଡ଼ରେ ଆଉ ୧୦୫ କରୋନା ସଂକ୍ରମିତ ଚିହ୍ନଟ, ୧୨୦୫ରେ ପହଂଚିଲା ଆକ୍ରାନ୍ତଙ୍କ ସଂଖ୍ୟା, ସିଂଘାପଡ଼ା ପଂଚାୟତ...

ନୟାଗଡ଼ରେ ଆଉ ୧୦୫ କରୋନା ସଂକ୍ରମିତ ଚିହ୍ନଟ, ୧୨୦୫ରେ ପହଂଚିଲା ଆକ୍ରାନ୍ତଙ୍କ ସଂଖ୍ୟା, ସିଂଘାପଡ଼ା ପଂଚାୟତ ସଟ୍‌ଡାଉନ

171

ନୟାଗଡ଼, ୧୨ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବୁଧବାର ନୟାଗଡ଼ ଜିଲାରେ ଆଉ ୧୦୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲାରୁ କେବଳ ଗଣିଆ ବ୍ଳକକୁ ଛାଡ଼ି ୭ଟି ବ୍ଳକରୁ ୧୦୪ଜଣ ଚିହ୍ନଟ ହୋଇଥିବାବେଳେ ନୟାଗଡ଼ ପୌରାଂଚଳରୁ ଜଣେ ଚିହ୍ନଟ ହୋଇଛନ୍ତି। ସମସ୍ତ ୧୦୪ଜଣ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ଭାପୁର ବ୍ଳକରୁ ୮ଜଣ, ଦଶପଲା ବ୍ଳକରୁ ୮ଜଣ, ଖଣ୍ଡପଡ଼ା ବ୍ଳକରୁ ୨୫ଜଣ, ନୟାଗଡ଼ ବ୍ଳକରୁ ୨ଜଣ, ନୂଆଗାଁ ବ୍ଳକରୁ ୯ଜଣ, ଓଡ଼ଗାଁ ବ୍ଳକରୁ ସର୍ବାଧିକ ୨୯ଜଣ, ରଣପୁର ବ୍ଳକରୁ୨୩ଜଣ ଓ ନୟାଗଡ଼ ପୌରାଂଚଳରୁ ଜଣେ ଚିହ୍ନଟ ହୋଇଛି। ଅନ୍ୟପକ୍ଷରେ ଖଣ୍ଡପଡ଼ା ବ୍ଳକ ସିଂଘାପଡ଼ା ପଂଚାୟତକୁ ସରପଂଚ ସଟ୍‌ଡାଉନ ଘୋଷଣା କରିଛନ୍ତି। ସରପଂଚ ନମିତା ପଣ୍ଡା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ୯୬ଘଂଟିଆ ସଟ୍‌ଡାଉନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.