Home Coronavirus Outbreak ନୟାଗଡ଼ରୁ ୫ଜଣ ପ୍ଲାଜମା ଦାନ କଲେ

ନୟାଗଡ଼ରୁ ୫ଜଣ ପ୍ଲାଜମା ଦାନ କଲେ

91

ନୟାଗଡ଼, ୧୦ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କରୋନା ଆକ୍ରାନ୍ତଙ୍କ ସୁସ୍ଥତା ପାଇଁ ପ୍ଳାଜମା ହିଁ ଏକମାତ୍ର ସର୍ବୌଷଧି। ଏଥିପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ସ୍ୱେଚ୍ଛାକୃତଭାବେ ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥତା ହୋଇ ଫେରିଛନ୍ତି ସେମାନେ ପ୍ଲାଜମା ଦାନ କରିବା ପାଇଁ ଆହ୍ୱାନ ଦେଇଥିବାବେଳେ ରାଜ୍ୟ ଶିକ୍ଷା, କୃଷି, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ନୟାଗଡ଼ ଜିଲା ଦାୟିତ୍ୱରେ ରହିଛନ୍ତି। ଦୁଇଜଣ କରୋନା ଆକ୍ରାନ୍ତଙ୍କୁ ଜଣେ ପ୍ଲାଜମା ଦାନ କରି ସୁସ୍ଥତା ଫେରାଇ ଆଣି ପାରିବ ବୋଲି ପରାମର୍ଶ ଥିଲାବେଳେ ଆଜି ନୂଆଗାଁ ବ୍ଳକର ୨ଜଣ ବ୍ୟକ୍ତି ଉମାକାନ୍ତ ତ୍ରିପାଠୀ ଓ ରାଜକିଶୋର ସାହୁ ଭୁବନେଶ୍ୱର ମୁଖ୍ୟ ଚିକିତ୍ସାଳୟ ଯାଇ ପ୍ଲାଜମା ଦାନ କରିଛନ୍ତି। ପ୍ଲାଜମା ଦାନ ସମୟରେ ଦାୟିତ୍ୱରେ ଥିବା ମନ୍ତ୍ରୀ ଡଃ ସାହୁ ଉପସ୍ଥିତ ଥିଲାବେଳେ ତାଙ୍କର ଏପରି ବଦାନ୍ୟତା ପାଇଁ ତାଙ୍କୁ କୃତଜ୍ଞତା ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି। ସେହପରିଭାବେ ପରେ ପରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ସୁନାମୁହିଁର ମହେନ୍ଦ୍ର କୁମାର ସାହୁ, ରୋହିବାଙ୍କର ବସନ୍ତ କୁମାର ଡାକୁଆ ଓ ନୟାଗଡ଼ ମ୍ୟୁନିସିପାଲିଟିର ରାହୁଲ ସୁବୁଦ୍ଧି ପ୍ଲଜମା ଦାନ ପାଇଁ ଭୁବନେଶ୍ୱର ଯାଇ ପ୍ଲାଜମା ଦାନ କରିଥିବା ଜଣାପଡ଼ିଛି। ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଉଦ୍ୟମ ହୋଇ ଏମାନଙ୍କୁ ଭୁବନେଶ୍ୱର ପଠାଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.