Home ଓଡ଼ିଶା ନୟାଗଡ ଜିଲ୍ଲା ରଣପୁର ବାର୍ ଆସୋସିଏସନ୍ ଭୋଟ୍ ଅନୁଷ୍ଠିତ

ନୟାଗଡ ଜିଲ୍ଲା ରଣପୁର ବାର୍ ଆସୋସିଏସନ୍ ଭୋଟ୍ ଅନୁଷ୍ଠିତ

13

ନୟାଗଡ/୧୨/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ବାର୍ ଆସୋସିଏସନ୍ ଭୋଟ୍ ଡିସେମ୍ବର ୧୨ତାରିଖ ଦିନ ଅନୁଷ୍ଠିତ ହୋଇଯାଇଅଛି । କୋଭିଡ୍ କଟକଣା ଯୋଗୁଁ ଚଳିତ ବର୍ଷ ମାନ୍ୟବର ଉଚ୍ଚ ଅଦାଲତଙ୍କ ନିର୍ଦେଶରେ ନିର୍ବାଚନ ସ୍ଥଗିତ ଥିଲା । ରିର୍ଟନିଙ୍ଗ୍ ଅଫିସର ଭାବେ ଆଡଭୋକେଟ୍ ଗିରିଜା ଶଙ୍କର ସାମନ୍ତରାୟ ଭୋଟ୍ ଗ୍ରହଣ କରିଥିଲେ  ।

ଉପ ସଭାପତି ଭାବେ ପ୍ରେମନାଥ ମହାପାତ୍ର, ସମ୍ପାଦକ ଭାବେ ସତ୍ୟରଞ୍ଜନ ମତ୍ତା ,ସହ ସମ୍ପାଦକ ଭାବେ ଉମେଶ ରଞ୍ଜନ ସାହୁ , ଲାଇବେରିଆନ୍ ଭାବେ ପ୍ରଦୀପ୍ତ କୁମାର ପାଣିଗ୍ରାହୀ, କୋଷାଧକ୍ଷ ଭାବେ ତ୍ରୀନାଥ କୁମାର ସାମନ୍ତରାୟ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସଭାପତି ପଦ ପାଇଁ ନିର୍ବାଚନ ହୋଇଥିଲା । ବ୍ରଜକିଶୋର ସେନାପତି ଓ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ସମୁଦାୟ ୫୯ ଜଣ ଆଡଭୋକେଟ୍ ଭୋଟ ଦେଇଥିଲେ । ସେ ମଧ୍ୟରୁ ୭ ଗୋଟି ଭୋଟ୍ ବ୍ରଜକିଶୋର ସେନାପତି ପାଇଥିବା ବେଳେ ସୂର୍ଯ୍ୟକାନ୍ତ ମହାପାତ୍ର ୫୨ ଗୋଟି ଭୋଟ ପାଇ ସଭାପତି ଭାବେ ବିଜୟ ଲାଭ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.