Home ଓଡ଼ିଶା ନୟାଗଡ ଜିଲ୍ଲା ରଣପୁର ଥାନା ମହିଳା ଡେସ୍କରୁ ମହିଳାଙ୍କୁ ସହାୟତା ମିଳୁନଥିବା ଅଭିଯୋଗ

ନୟାଗଡ ଜିଲ୍ଲା ରଣପୁର ଥାନା ମହିଳା ଡେସ୍କରୁ ମହିଳାଙ୍କୁ ସହାୟତା ମିଳୁନଥିବା ଅଭିଯୋଗ

116

ନୟାଗଡ /୧୮/୧୦(ଓଡିଆପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟରେ ଦିନକୁ ଦିନ ମହିଳା ମାନଙ୍କ ଉପରେ ନିର୍ଯ୍ୟାତନା ବଢିଚାଲିଥିବାରୁ ରାଜ୍ୟ ସରକାର ମହିଳା ମାନଙ୍କ ସୁରକ୍ଷା ପାଇଁ ପ୍ରତି ଥାନାରେ ମହିଳା ଓ ଶିଶୁ ଡେସ୍କ ଖୋଲିଛନ୍ତି । ସେଥିପାଇଁ ପ୍ରତିଥାନାରେ ଜଣେ ଜଣେ ମହିଳା ଅଫିସରଙ୍କୁ ଦାଇତ୍ୱ ଦିଆଯାଇଅଛି । ନୟାଗଡ ଜିଲ୍ଲା ରଣପୁର ଥାନାରୁ ମହିଳା ଅଭିଯୋଗ କାରିଣୀମାନେ ସହାୟତା ପାଉନଥିବା ଅଭିଯୋଗ ହେଉଛି । ଏଭଳି ଅଭିଯୋଗ ଆଣିଛନ୍ତି ଓଡଗାଁ ଥାନା ପାଣିବନ୍ଧ ଗ୍ରାମର ୰ଭିକାରୀ ନାୟକ ଙ୍କ ଝିଅ ପ୍ରଶାନ୍ତି ନାୟକ  । ପ୍ରଶାନ୍ତି ନାୟକ ରଣପୁର ଥାନା କାଣ୍ଡପଡା ଗ୍ରାମର ଝରିଆ ନାୟକଙ୍କ ପୁଅ ପବିତ୍ର ନାୟକ ସାଙ୍ଗରେ ମୋବାଇଲ୍ ରଙ୍ଗନମ୍ବର ରୁ ପ୍ରେମ ଓ ପରେ ଗାଁ ଠାକୁରାଣୀ ମନ୍ଦିରରେ ବିବାହ ତାପରେ ନିର୍ଯ୍ୟାତନା ର ଅଭିଯୋଗ କରିଥିଲେ । ରଣପୁର ଥାନା ମହିଳା ଶିଶୁ ଡେସ୍କର ଅଧିକାରିଣୀ ମାମଲାର ତଦନ୍ତ କରୁଥିଲେ । ପ୍ରଶାନ୍ତି ନାୟକ କୁହନ୍ତି ରଣପୁର ଥାନାରେ ମହିଳା ଡେସ୍କ ଦାଇତ୍ୱରେ ଥିବା ସବ୍‌ଇନିସ୍ପେକ୍ଟର ବିଦିତା ନାୟକ ବାପ ମା  ଛେଉଣ୍ଡ ମହିଳାକୁ ଠିକ୍ ସହାୟତା ପ୍ରଦାନ କରୁନାହାନ୍ତି । ତେଣୁ ବାପ ମା ଛେଉଣ୍ଡ ପ୍ରଶାନ୍ତି ନାୟକ ଆଇନ ତଃ ସହାୟତା ପାଉନାହାନ୍ତି । ଏ ସର୍ମ୍ପକେ ରଣପୁର ଥାନା ଇନିସ୍ପେକ୍ଟର  ଜ୍ୟୋତି ପ୍ରକାଶ ପଣ୍ଡା ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ , ମୁଁ ଏବିଷୟରେ ଅବଗତ ଅଛି  ।

ଅଭିଯୋଗ କାରିଣୀ ଙ୍କ ଅଭିଯୋଗ ପାଇ ମହିଳା ଡେସ୍କ ଦାଇତ୍ୱରେ ଥିବା ସବ୍‌ଇନିସ୍ପେକ୍ଟର ବିଦିତା ନାୟକ କାଣ୍ଡପଡା ଗ୍ରାମକୁ  ଯାଇ ତଦନ୍ତ କରି ଫେରିଛନ୍ତି । ପ୍ରଶାନ୍ତି ଙ୍କ ସସୁର ଝରିଆ ନାୟକ ଏହି ମାମଲାରେ ନୋଟିସ୍ ନେଇ ଯାଇଛନ୍ତି । ସ୍ୱାମୀ ପବିତ୍ର ନାୟକ ଫେରାର ଅଛନ୍ତି । ଏକ ଯୌତୁକ ନିର୍ଯ୍ୟାତନା ମାମଲା ରୁଜୁ ହୋଇଅଛି  । କିଛି ଖଳ ଚରିତ୍ର ଲୋକଙ୍କ ପ୍ରରୋଚନାରେ ପଡି ଅଭିଯୋଗ କାରିଣୀ ପ୍ରଶାନ୍ତି ନାୟକ ଗ୍ରାମ କୋଠଘରେ ରହି ପ୍ରହସନ ଚଲାଇଛନ୍ତି । ମହିଳା ଡେସ୍କ ରୁ ସହାୟତା ନପାଇ ଅନେକ ମହିଳା ରଣପୁର ଥାନା କୁ ଦଉଡି ଦଉଡି ନିରାଷ ହୋଇ ଘରେ ରହିଥିବା ଅଭିଯୋଗ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.