Home ଓଡ଼ିଶା ନୟାଗଡ ଜିଲ୍ଲା ଓୟୁଜେ ର ଦ୍ୱିବାର୍ଷିକ ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ

ନୟାଗଡ ଜିଲ୍ଲା ଓୟୁଜେ ର ଦ୍ୱିବାର୍ଷିକ ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ

27

ନୟାଗଡ/୧୮/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଓଡିଶା ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟ ର ନିର୍ଦେଶ କ୍ରମେ ନୟାଗଡ ଜିଲ୍ଲା ଓୟୁଜେ ଶାଖାର ଦ୍ୱିବାର୍ଷିକ ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ ରଣପୁର ଅସୁର କୁମାରୀ ପୀଠରେ ଡିସେମ୍ବର ୧୮ ତାରିଖ ରେ ଅନୁଷ୍ଠିତ ହୋଇଯାଇଅଛି । ନୟାଗଡ ଜିଲ୍ଲା ସମେତ ରଣପୁର, ଖଣ୍ଡପଡା,ଭାପୁର, ନୂଆ ଗାଁ, ଗଣିଆ, ଦଶପଲ୍ଲା ଓ ଓଡଗାଁ ବ୍ଲକରୁ ସମସ୍ତ ସଭ୍ୟ ଯୋଗ ଦେଇଥିଲେ । ନୟାଗଡର ବରିଷ୍ଠ ସାମ୍ବାଦିକ ସଂଜୟ କୁମାର ସ୍ୱାଇଁଙ୍କ ସଭାପତିତ୍ୱ ରେ ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକ ପ୍ରାରମ୍ଭରେ ନୟାଗଡ ଜିଲ୍ଲା ବରିଷ୍ଠ ସାମ୍ବାଦିକ ଅଶୋକ ରଥ, ତ୍ରନାଥ ନାୟକ ଓ ମୂରଲୀ ଧର ପାଣି ଙ୍କ ବିୟୋଗ ଯୋଗୁଁ ଶୋକ ସଭା କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା । ସର୍ବ ସମ୍ମତି କ୍ରମେ ବରିଷ୍ଠ ସାମ୍ବାଦିକ ଆଚାର୍ଯ୍ୟ ବିଶ୍ୱରଞ୍ଜନ ଙ୍କୁ ସଭାପତି ଭାବେ ଚୟନ କରାଯାଇଥିଲା । ଉପ ସଭାପତି ଭାବେ ପ୍ରଶାନ୍ତ କୁମାର ଜେନା ଓ କିଶୋର ମହାପାତ୍ର ସାଧାରଣ ସମ୍ପାଦକ ଭାବେ ଗୋପାଳ ଚନ୍ଦ୍ର ବିଶ୍ୱାଳ, ସମ୍ପାଦକ ଭାବେ ସୁକାନ୍ତ ପଟ୍ଟନାୟକ ଓ ଆଲୋକ ସେନାପତି କୋଷାଧକ୍ଷ ଭାବେ ଶିବାନନ୍ଦ ଘଡେଇ ଙ୍କୁ ଚୟନ କରାଯାଇଥିଲା । ପ୍ରତି ବ୍ଲକ ରୁ ଜଣେ ଜଣେ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନିତ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ସୁଦାମ ଚରଣ ନାୟକ, ରାମକୃଷ୍ଣ ରଥ, ସଂଜୟ କୁମାର ସ୍ୱାଇଁ, ପ୍ରମୋଦ ମହାପାତ୍ର ଓ ପ୍ରଦୀପ ସାହୁ ଙ୍କୁ ଉପଦେଷ୍ଟା ଭାବେ ରଖାଯାଇଥିଲା । ଲିସାରାଣୀ ମହାପାତ୍ର ଓ ପୁଷ୍ପଲତା ପ୍ରଧାନଙ୍କୁ ମହିଳା ସଂଗଠନର ଦାୟୀତ୍ୱ ଦିଆଯାଇଥିବା ଜଣାପଡିଛି । ଆଗାମୀ ଦିନରେ ନୟାଗଡ ଜିଲ୍ଲା ରେ ଓୟୁଜେ ସଂଗଠନ କୁ ସୁଦୃଢ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କୁ ହାତକୁ ନିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.