Home ଓଡ଼ିଶା ନୟାଗଡ ଚିନିକଳ ପୁର୍ନଃରୁଦ୍ଧାର ପାଇଁ ପ୍ରଶାସନ ଏକଜୁଟ୍‌

ନୟାଗଡ ଚିନିକଳ ପୁର୍ନଃରୁଦ୍ଧାର ପାଇଁ ପ୍ରଶାସନ ଏକଜୁଟ୍‌

58

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୨/୦୩-ନୟାଗଡ ଜିଲ୍ଲାର ଏକମାତ୍ର ଶିଳ୍ପ ହେଉଛି ଚିନି ଶିଳ୍ପ । ଯାହାକି ୨୦୧୫ ମସିହାରୁ ତାଲା ପଡି ରହିଥିଲା । ସେହି ଚିନି ଶିଳ୍ପକୁ ପୁର୍ନଃରୁଦ୍ଧାର ପାଇଁ ବ୍ୟାପକ ଆନ୍ଦୋଳନ ଜାରି ରହିଥିଲା । ଆଖୁ ଚାଷୀମାନେ ସେମାନଙ୍କ ବକେୟା ଅର୍ଥ ନପାଇ ଆଖୁ ଚାଷରୁ ମନ ହଟାଇ ନେଇଥିଲେ । ଆଖୁ ଚାଷୀମାନଙ୍କର ଆନ୍ଦୋଳନକୁ ଦୃଷ୍ଟି ଦେଇ ନୟାଗଡ ଚିନି ଶିଳ୍ପର ପୁନଃର୍ରୁଦ୍ଧାର ପାଇଁ ପ୍ରଶାସନିକ ସ୍ତରରେ ଆକଳନ ହୋଇଥିବା ଜଣା ପଡିଛି । ଏହି ଆକଳନ ସମୟରେ ଘଟଣା ସ୍ଥଳରେ ନୟାଗଡ ଜିଲ୍ଲାପାଳ ଡଃ.ପୋମା ଟୁଡୁ, ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ, ତହସିଲ୍‌ଦାର ଭିକାରୀ ସାହୁ, ଏସ.ଡି.ପି.ଓ ନିରଂଜନ ପାଢୀ, ସଦର ଥାନା ଅଧିକାରୀ ଅନ୍ନପୁର୍ଣ୍ଣା ବେହେରା, ସମବାୟ ପରିଚାଳନା ନିର୍ଦ୍ଧେଶକ ସବୀର୍ ପଣ୍ଡା, ଏ.ଆର.ସି.ସି ଭାସ୍କର ପାଣିଗ୍ରାହୀ ଉପସ୍ଥିତ ଥିଲେ ।

ଏଥିସହ ସମବାୟ ରାଜସ୍ୱ ଓ ପୋଲିସ୍ ବିଭାଗର ଅନେକ କର୍ମଚାରୀ ଆକଳନ ସମୟରେ ସାମିଲ୍ ହୋଇଥିଲେ । ପୁର୍ବରୁ ଚିନିକଳର ଯନ୍ତ୍ରାଂଶ ଚୋରି ଏକ ଗୁଜବ ଥିଲା । ପୁର୍ବରୁ କାର୍ଯ୍ୟରତ ସୁରକ୍ଷା କର୍ମୀମାନେ ଚିନି ଶିଳ୍ପ ଛାଡି ଚାଲିଯାଇଥିବା ଜଣା ପଡିଛି । ନୟାଗଡ ଜିଲ୍ଲା ପ୍ରଶାସନ ତରଫରୁ ଶିଳ୍ପକୁ ସିଲ୍ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ହାତକୁ ନେଇଥିବା ଜଣା ପଡିଛି । ଏହାଦ୍ୱାରା ଆଖୁ ଚାଷୀଙ୍କ ମଧ୍ୟରେ ଆଶାର ସଂଚାର ହୋଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.