ହାଟଡିହି-୨୪ /୧୨ ନୟାଗଡ ଜିଲ୍ଲାରେ ପରୀ ହତ୍ୟାକାଣ୍ଡ ଘଟଣାର ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ନନ୍ଦିଘୋଷ ଟିଭିର ସାମ୍ବାଦିକଙ୍କ ଉପରେ ଯେପରି ଆକ୍ରମଣ କରାଗଲା ତାହାକୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଦୃଢ଼ ଭାବରେ ନିନ୍ଦା କରିଛନ୍ତି । ଗଣମାଧ୍ୟମ ସବୁବେଳେ ଲୋକଙ୍କ ପାଇଁ କାମ କରିବା ସହିତ ଲୋକଙ୍କର ସମସ୍ୟାକୁ ଲୋକ ଲୋଚନକୁ ଆଣୁଥିବାବେଳେ ସମାଜର ଚତୁର୍ଥ ସ୍ତମ୍ବ ଉପରେ ଏପରି ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଆକ୍ରମଣକାରୀ ମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ।