Home ଜିଲ୍ଲା ପରିକ୍ରମା ନ୍ୟାୟ ଦାବିରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

ନ୍ୟାୟ ଦାବିରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

15

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମଠସାହି ଗ୍ରାମର ତ୍ରିଲୋଚନ ଦତ୍ତଙ୍କ ପତ୍ନୀ ସ୍ମୃତିରେଖା ମହିଳା ଗୋଷ୍ଠୀରେ ମିଶି ବନ୍ଧନ ବ୍ୟାଙ୍କରୁ ବିଭିନ୍ନ ସମୟରେ ଋଣ ଆଣି ଠିକ୍ ସମୟରେ କିସ୍ତି ପରିଶୋଧ କରିବା ପରେ ବ୍ୟାଙ୍କ ତରଫରୁ ତାଙ୍କୁ ପୁଣି ୨ ଲକ୍ଷ ଟଙ୍କାର ଋଣ ଦେବାର ଲୋଭ ଦେଖାଇଥିଲେ । ତ୍ରିଲୋଚନ ଏବଂ ପତ୍ନୀ ବ୍ୟାଙ୍କରୁ ଋଣ ଆଣିବା ନିମନ୍ତେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିଥିଲେ । ମାତ୍ର ବ୍ୟାଙ୍କ ତରଫରୁ ଉତ୍କୋଚ ମଗାଯାଇଥିଲା, ଟଙ୍କା ନଦେଲେ ଋଣ ହୋଇ ପାରିବ ନାହିଁ ବୋଲି ତ୍ରିଲୋଚନଙ୍କୁ କହିବାପରେ ତ୍ରିଲୋଚନ ଏଥିରେ ରାଜି ନହୋଇ ସେ ଦେଇଥିବା ୫ଟି ବ୍ଳାଙ୍କ ଚେକ୍‌, ଆଧାରକାର୍ଡ, ଏଗ୍ରିମେଣ୍ଟ କାଗଜପତ୍ର ଫେରସ୍ତ କରିନଥିଲେ । ଏହି ଘଟଣା ୨୦୧୮ ମସିହାରୁ ଚାଲିଆସିଛି । ଏ ନେଇ ତ୍ରିଲୋଚନ ୨୦୨୧ରେ ଟାଉନ ଥାନାରେ ଏକ ମାମଲା ରୁଜୁ କରିଥିଲେ, ଯାହା ଏବେ କୋର୍ଟରେ ବିଚାରାଧୀନ ରହିଛି । ତ୍ରିଲୋଚନ ତାଙ୍କର ଅରିଜିନାଲ କାଗଜପତ୍ର ବ୍ୟାଙ୍କର ଫେରସ୍ତ ପାଉ ନଥିବା କାରଣରୁ ବାରମ୍ବାର ଥାନାଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧାଇଁଧାଇଁ ନୟାନ୍ତ ହେବା ପରେ ବାଧ୍ୟ ହୋଇ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଧାରଣାରେ ବସିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ଅଧିକାରୀ ତ୍ରିଲୋଚନଙ୍କ ପାଖକୁ ଆସି ନଥିବା ଜଣା ପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.