Home ଜିଲ୍ଲା ପରିକ୍ରମା ନ୍ୟାସନାଲ ହେରାଲ୍ଡ ମିଛ ମାମଲା ର ନୈତିକ ବିଜୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଜେପି କାର୍ଯ୍ୟାଳୟ...

ନ୍ୟାସନାଲ ହେରାଲ୍ଡ ମିଛ ମାମଲା ର ନୈତିକ ବିଜୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ୩୦ରୁ ଉର୍ଦ୍ଧ କଂଗ୍ରେସ ନେତା ଓ କର୍ମୀ ଗିରଫ

2

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନ୍ୟାସନାଲ ହେରାଲ୍ଡ ମିଛ କେଶ ମାମଲାକୁ ବିରୋଧ କରି ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ଘେରାଉ କରିବାକୁ ବିରାଟ ରାଲି ଯୋଗେ ଜାତୀୟ ରାଜପଥ ରେ ଯାଉଥିବା ୨ଶହ ରୁ ଉର୍ଦ୍ଧ ଦଳୀୟ କର୍ମୀ ମାନଙ୍କୁ ପୋଲିସ ଅଧା ବାଟରୁ ବାଧା ଦେଇ ରାଲି କୁ ଅଟକାଇବା ସହ ବହୁ ଦଳୀୟ କର୍ମୀଙ୍କୁ ଉଠେଇ ନେଇଛନ୍ତି । ଜିଲ୍ଲା ସଭାପତି ନଳିନୀ ମହାନ୍ତି ଙ୍କ ନେତୃତ୍ୱରେ ଦଳୀୟ କର୍ମୀ ମାନେ ଆରଡ଼ି ଛକ ସ୍ଥିତ ସର୍କିଟ ହାଉସ ଠାରେ ବିରାଟ ରାଲି ଯୋଗେ ୧୬ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ରେ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯାଉଥିବା ବେଳେ ଅଧା ରାସ୍ତାରୁ ପୂର୍ବପ୍ରସ୍ତୁତି ରେ ଥିବା ଜିଲ୍ଲା ପୋଲିସ ପ୍ରଶାସନ ରାଲିକୁ ଅଟକାଇ ବାଧା ଦେବା ସହ କର୍ମୀ ମାନଙ୍କୁ ପୋଲିସ ଫୋର୍ସ ଉଠେଇ ନେଇଛି । ଏହି ବିକ୍ଷୋଭ ପ୍ରଦର୍ଶନରେ ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ଅବଦୁଲ ମୋକିତ ଖାଁ, ଦେବରୂପ ମହାନ୍ତି, ଜିଲ୍ଲା ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଜେନା,ପୀତବାସ ଧଳ,ରାଜକିଶୋର ସ୍ୱାଇଁ, ରମେଶ ବେହେରା, ରଜନୀକାନ୍ତ ଚନ୍ଦ, ମହିଳା ନେତ୍ରୀ ଶର୍ମିଷ୍ଠା ପଣ୍ଡା, ଅମିତା ବାଳା ଆଚାର୍ଯ୍ୟ, ସବିତା ଚନ୍ଦ,ହସିନା ଖାତୁନ, ଲାଲୁ ଖାଁ, ଇଲିଆସ ଅଲି ଖାଁ,ପୂର୍ବତନ ଚେୟାରମ୍ୟାନ ଗୋଲକ ଚନ୍ଦ୍ର ବେହେରା, କାଉନସିଲର ଜାହିଦ ସାହା କାଉସିଲର ସେକ ସାହିଲ କାଦ୍ରୀ, ,ଜ୍ୟୋସ୍ନା ରାଣୀ ଜେନା, ସମିତି ସଭ୍ୟ ଗୟା ଧର ସେଠି,ହାଡିବନ୍ଧୁ ବିଶ୍ୱାଳ, ଅଜୟ ସାହୁ,ବିଦ୍ୟାଧର ଜେନା,ପଦ୍ମ୍ୟୁନ ଦାସ, ବିଜୟ ଦାସ, ରଞ୍ଜନ ଜେନା, ଶଶିକାନ୍ତ ଜେନା,ଖଗେଶ୍ୱର ଜେନା,ପ୍ରମୁଖ ନେତା ସାମିଲ ହୋଇ ଭୋଟ ଚୋର ଗାଦି ଛାଡ଼,, ମୋଦି ସରକାର ଡାଉନ ଡାଉନ, ଜାତୀୟ କଂଗ୍ରେସ ଜିନ୍ଦାବାଦ,ରାହୁଲ ଗାନ୍ଧୀ, ଖଡ଼ଗେ ଜି ଜିନ୍ଦାବାଦ ଜିନ୍ଦାବାଦ ନାରା ଦେଇଥିଲେ । ନ୍ୟାସନାଲ ହେରାଲ୍‌ଦ ମିଛ ମାମଲା କରି ବିଜେପି ସରକାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କୁ ବଦନାମ କରିବା ସହ ଦଳକୁ ବଦନାମ କରିବା ପାଇଁ ଯେଉଁ ହୀନ ଚେଷ୍ଟା କରିଥିଲେ ତାହା ବିଫଳ ହୋଉଛି ଏବଂ ଶେଷରେ ସତ୍ୟ ର ବିଜୟ ହୋଇଥିବାରୁ ଦେଶ ବାସୀଙ୍କ ପାଖରେ ବିଜେପି ସରକାର କ୍ଷମା ମାଗନ୍ତୁ ବୋଲି ଜିଲ୍ଲା ସଭାପତି ନଳିନୀ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି । ପରେ ଘଟଣା ସ୍ଥଳରୁ ଜିଲ୍ଲା ସଭାପତି ନଳିନୀ ମହାନ୍ତି ଙ୍କ ସମେତ ବହୁ ବରିଷ୍ଠ ନେତାଙ୍କ ସମେତ ୩୦ରୁ ଉର୍ଦ୍ଧ ଦଳୀୟ କର୍ମୀଙ୍କୁ ଗିରଫ କରି ନଳାଙ୍ଗ ସ୍ଥିତ ଗ୍ରାମାଂଚଳ ଥାନାକୁ ନେଇ ଅଟକ ରଖିବା ପରେ ଛାଡି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.