Home ଜିଲ୍ଲା ପରିକ୍ରମା ନ୍ୟାସନାଲ ଇନ୍‌ସୁରାନ୍ସ କମ୍ପାନୀ ଉଠିଯିବା ପ୍ରତିବାଦରେ ୧୯ରେ ଆନ୍ଦୋଳନ

ନ୍ୟାସନାଲ ଇନ୍‌ସୁରାନ୍ସ କମ୍ପାନୀ ଉଠିଯିବା ପ୍ରତିବାଦରେ ୧୯ରେ ଆନ୍ଦୋଳନ

60

ନୟାଗଡ଼, ୧୪ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନ୍ୟାସନାଲ ଇନ୍‌ସୁରାନ୍ସ କମ୍ପାନୀ ନୟାଗଡ଼ ଶାଖା ଅଫିସକୁ ଭୁବନେଶ୍ୱର ଉଠାଇ ନେବା ନିଷ୍ପତିର ପ୍ରତିବାଦରେ ସିଆଇଟିୟୁ ପକ୍ଷରୁ ପ୍ରତିବାଦ କରାଯାଇଛି। ଏହା ଅତ୍ୟନ୍ତ ମନୋମୁଖୀ, ଜନବିରୋଧୀ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସିଆଟିୟୁର ସଭାପାତି ବିଶ୍ୱନାଥ ମହାପାତ୍ର ଓ ସମ୍ପାଦକ ପବିତ୍ର ଇନ୍ଦ୍ରଜିତ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଗତ ଜୁନ ୩୦ ତାରିଖରେ ଏନେଇ ବିଜ୍ଞପ୍ତି ପ୍ରକାଶ ନେଇ ନୟାଗଡ଼ ଜନସାଧାରଣ ଓ ହଜାର ହଜାର ବୀମାଧାରୀ ଉପଭୋକ୍ତାମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି। ୧୯୮୭ ମସିହାରୁ କ୍ଷୁଦ୍ର ଜମା ପଲିସି, ଗାଡ଼ିମୋଟର ବୀମା, ସ୍ୱାସ୍ଥ୍ରବୀମା ଓ ଅନ୍ୟାନ୍ୟ ବୀମା କ୍ଷେତ୍ରରେ ସେବା ଯୋଗାଇ ଆସୁଥିବା ତଥା ନୟାଗଡ଼ର ଲକ୍ଷ ଲକ୍ଷ ଲୋକଙ୍କ କାମରେ ଆସୁଥିବା ଏହି ଶାଖାକୁ ଭୁବନେଶ୍ୱର ଉଠାଇବାର ଅପଚେଷ୍ଟା କରାଗଲେ ଏହା ବିରୋଧରେ ଆସନ୍ତା ୧୯ ତାରିଖରେ ପ୍ରତିରୋଧମୂଳକ ଜନଆନ୍ଦୋଳନ କରାଯିବ ବୋଲି ଶ୍ରୀ ମହାପାତ୍ର ଚେତାବନୀ ଦେଇଛନ୍ତି। ଏଥିସହିତ ୧୯୮୭ ମସିହାରେ ପ୍ରତିଷ୍ଠିତ ଏହି କମ୍ପାନୀ ଲାଭ ଦାୟକ ଥିଲାବେଳେ ଏବଂ କମ୍ ସଂଖ୍ୟକ ଗାଡ଼ିମୋଟର ଥିଲାବେଳେ ଏବେ ମଟର ଗାଡ଼ି ସଂଖ୍ୟା କାହିଁ କେତେ ଗୁଣରେ ବଢିଛି। ତେବେ କେଉଁ କାରଣର ଆଳ ଦେଖାଇ ଏହି ସଂସ୍ଥାକୁ ଉଠାଇ ନେବାକୁ ବସିଛନ୍ତି ତାହା ଜିଲ୍ଲାବାସୀଙ୍କ ଆଗରେ ସ୍ପଷ୍ଟ କରିବାକୁ ସିଆଇଟିୟୁ ସଭାପତି ଶ୍ରୀ ମହାପାତ୍ର ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.