Home ଜିଲ୍ଲା ପରିକ୍ରମା ନେହେରୁ ୟୁବ କେନ୍ଦ୍ର (NYKS) ବାଲେଶ୍ୱର ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ

ନେହେରୁ ୟୁବ କେନ୍ଦ୍ର (NYKS) ବାଲେଶ୍ୱର ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ

105

ଖଇରା ୨୩ -୧୦ (ଓଡ଼ିଆ ପୁଅ) ନେହେରୁ ୟୁବ କେନ୍ଦ୍ର (NYKS) ବାଲେଶ୍ୱର ତରଫରୁ ଏକ ସ୍ୱଚ୍ଛ ଭାରତ ଅଭିଯାନ ଆୟୋଜିତ ହୋଇଛି।

ବାଲେଶ୍ୱର ୟୁଥ ଅଧିକାରୀ ରମେଶ ମ. କପୂରଙ୍କ ଦ୍ଵାରା ଶୁଭାରମ୍ଭ ହୋଯାଇଥିଲା। ଏହା ୧ ଅକ୍ଟୋବରରୁ ଆରମ୍ଭ ହେଇଥିଲା ଓ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମଟି ପ୍ରଥମେ ଖଇରା ବ୍ଲକରେ ଆରମ୍ଭ ହୋଇଥିଲା।

ଏହା କାର୍ଯ୍ୟକ୍ରମରେ ସାରା ଖଇରା ବ୍ଲକସ୍ତରୀୟ ବିଭିନ୍ନ ଗ୍ରାାଞ୍ଚଳରେ ଆୟୋଜନ କରାଯଇଥିଲା। ପାଖାପାଖି ୨୦ଟି ଗ୍ରାମ ତଥା ହରିପୁର, ରଟିନା, ଦମବନ୍ଧ, ବର୍ତ୍ତନା, ଗୋପାଳ ପୁର, ଉଦୟପୁର, ଆନ୍ଦୋଲା, ନୂଆଗାଁ, ସାନନ୍ଦା, କଲ୍ୟାଣୀ, ବରପଦା, ଗରଦି, ବିଭିନ୍ନ ଗ୍ରାମ ର ବିଦ୍ୟାଳୟ, ମନ୍ଦିର, କଲେଜ, ଜନସାଧାରଣ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା।

ଏହି ସ୍ୱଚ୍ଛ ଭାରତ ଅଭିଯାନରେ ଜନକଲ୍ୟାଣ ଯୁବକ ସଂଘ ର ସଦସ୍ୟମାନେ ସାମିଲ ହେବା ସହ ବିଭିନ୍ନ ଗ୍ରାମର ଯୁବକ ମାନେ ମଧ୍ୟ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମଟି ଖଇରା ବ୍ଲକର ଯୁବ ସ୍ଵଚ୍ଛାସେବୀ ବିଭୁ ପ୍ରସାଦ ନାୟକ, ଶିବ ଶଙ୍କର ମହୁରୀ, ଚନ୍ଦ୍ରକାନ୍ତ ନାୟକ, ଦୋଳଗୋବି୍ଦ ସାହୁ, ଧୀରେନ୍ଦ୍ର ବେହେରା, ରଶ୍ମିରଞ୍ଜନ ସାହୁ ମାନେ ପୂର୍ଣ୍ଣ ଅନୁଦାନ ସହ ଜଡ଼ିତ ଥିଲେ। ପାଖାପାଖି ଖଇରା ବ୍ଲକରେ ୧୦୦ କିଲୋଗ୍ରାମର ଆବର୍ଜନା ପ୍ଲାଷ୍ଟିକ ସଂଗ୍ରହ କରିବା ସହ ପ୍ରତି ଗ୍ରାମ ରେ COVID ୧୯ ଉପରେ ମଧ୍ୟ ସଚେତନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.