Home କେନ୍ଦୁଝର ନେତାଜୀ ଫାଉଣ୍ଡେସନ୍ ତରଫରୁ ବନ୍ୟା ବିପନ୍ନ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ନେତାଜୀ ଫାଉଣ୍ଡେସନ୍ ତରଫରୁ ବନ୍ୟା ବିପନ୍ନ ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

132

ହାଟଡ଼ିହି- ୨/୯/ ଚଳିତ ବନ୍ୟାରେ ହାଟଡିହି ବ୍ଲକର ୮ଟି ପଞ୍ଚାୟତର ୪୦ରୁ ଅଧିକ ଗ୍ରାମ ପାଣି ଘେରରେ ରହିଥିଲା । ବନ୍ୟା ଦ୍ବାରା ୩ ରୁ ଅଧିକ ଦିନ ପାଣି ଜମି ରହିଥିବାରୁ ଗରିବ ଲୋକଙ୍କ ପାଖରେ କିଛି ଶୁଖିଲା ଖାଦ୍ୟର ଅଭାବ ନରହୁ ଏହାକୁ ଦୃଷ୍ଟିରେ ରଖି ନେତାଜୀ ଫାଉଣ୍ଡେସନ ର ସଦସ୍ୟଙ୍କ ତରଫରୁ ପ୍ରଥମ ଦିନରେ ବାହାରିପୂର, ଚାପୁଣ୍ଡିଆ, ଆଇତିପୁର ଏବଂ ଦ୍ବିତୀୟ ଦିନରେ ସମଣା,ରାଘବପୁର ଗ୍ରାମକୁ ଯାଇ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏଥିସହ ଲୋକମାନଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା କରି ଧର୍ଯ୍ୟ ଓ ସାହାସର ସହ ମୁକାବିଲା କରିବାକୁ ମନବଳ ବଢାଇଥିଲେ । ଏଥିରେ ନେତାଜୀ ଫାଉଣ୍ଡେସନର ସଭାପତି ରାଜେଶ କୁମାର ବେହେରା ଙ୍କ ସହ ସମାଜସେବୀ ଚନ୍ଦ୍ରକାନ୍ତ ବାରିକ, ଆକାଶ କୁମାର ମୁଖୀ, ନୀଳମଣି ପୃଷ୍ଟି, ଆଶିଷ କୁମାର ବାରିକ, ସୁରିଆକାନ୍ତ ନାୟକ, କିଶୋର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.