Home ଜିଲ୍ଲା ପରିକ୍ରମା ନୃସିଂହ ସାର୍ ଥିଲେ ଅନୁଶାସନ ଚିନ୍ତାଧାରାର ବ୍ୟକ୍ତି

ନୃସିଂହ ସାର୍ ଥିଲେ ଅନୁଶାସନ ଚିନ୍ତାଧାରାର ବ୍ୟକ୍ତି

15

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅଳାଉତି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୃସିଂହ ଚରଣ ସାହୁ ଜଣେ ସଫଳ ଓ ଅନୁଶାସନ ଚିନ୍ତାଧାରାର ବ୍ୟକ୍ତି ,ତାଙ୍କ ଉଦ୍ୟମରେ ସ୍କୁଲର ଭିତି ଭୂମିର ବିକାଶ ସହ ପାରିପାଶ୍ୱର୍ିକ ଉନ୍ନତି ହେବା ସଙ୍ଗେ ସଙ୍ଗେ କୃତି ଛାତ୍ରଛାତ୍ରୀଙ୍କୁ ତିଆରି କରିବାରେ ସଫଳ ତମ ବ୍ୟକ୍ତି ଥିଲେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ବରିଷ୍ଠ ଶିକ୍ଷକ କେଦାରେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅବସରକାଳୀନ ସମ୍ବର୍ଦ୍ଧନା ସଭାକୁ ଶିକ୍ଷୟିତ୍ରୀ ସୁଭାଷିନୀ ଘଡେଇ ମଂଚ ପରିଚାଳନା କରିଥିଲେ । ବ୍ଲକ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ୍ଟ ମୁଖ୍ୟଅତିଥି, ଜିଲ୍ଲା ବିଜ୍ଞାନ ନିରିକ୍ଷକ ହିମାଦ୍ରୀ ନନ୍ଦୀନି ବିଶ୍ୱାଳ ମୁଖ୍ୟବକ୍ତା, ପ୍ରଧାନଶିକ୍ଷକ ଦୁର୍ଯୋଧନ ଜେନା, ଉତମ କୁମାର ଦତ, ଶଶୀ ଶେଖର କରଶର୍ମା,ଅନନ୍ତ ଚରଣ ନାୟକ, ଶିକ୍ଷାବିତ୍ ବସନ୍ତ କୁମାର ଲେଙ୍କା, ସାଧନ କେନ୍ଦ୍ର ସଂଯୋଜକ ସନ୍ତୋଷ କୁମାର ମଲ୍ଲିକ୍‌, ରାମପୁର ସରପଂଚ ଗିରିଧାରୀ ସାହୁ, କେନ୍ଦୁଆପଦା ସରପଂଚଞ୍ଚ ଇଂ. ପ୍ରମୋଦ ଜେନା, ଆଲୁମିନି କମିଟି ସଭାପତି ଜିତେନ୍ଦ୍ର କୁମାର ନାୟକ, ପରିଚାଳନା କମିଟି ସଭାପତି ପ୍ରଭାତ କୁମାର ଭୂୟାଁ,ସୁଧିର କୁମାର ରାଉତ୍ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସେବା ନିବୃତ ଶିକ୍ଷକ ନୃସିଂହ ସାର୍ ଜଣେ ସଫଳ ନାବିକ ଥିଲେ । ବିଦ୍ୟାଳୟ ମଣିଷ ତିଆରି କାରଖାନା ହୋଇଥିବା ବେଳେ ଉତମ ଛାତ୍ରଛାତ୍ରୀ ତିଆରି କରିବାରେ ନୃସିଂହ ସାରଙ୍କ ଭଳି ଶିକ୍ଷକଙ୍କ ଆବଶ୍ୟକତା ରହିଛି ବୋଲି ଅତିଥି ମାନେ କହିଥିଲେ । ବିଦାୟୀ ଶିକ୍ଷକ ଶ୍ରୀ ସାହୁ ସମସ୍ତଙ୍କ ସହଯୋଗରେ ବିଦ୍ୟାଳୟକୁ ଉନ୍ନତି ର ଶିଖରରେ ପହଂଚାଇବାରେ ତାଙ୍କର ଭୂମିକା ଗୁରୁତ୍ୱ ପୂର୍ଣ୍ଣ ବୋଲି ମତପ୍ରକାଶ ପାଇଥିଲା । ଏହି ଅବସରରେ ଶ୍ରୀ ସାହୁଙ୍କୁ ବିଦ୍ୟାଳୟ, ଶିକ୍ଷକ ସଂଘ, ସ୍ୱୟଂ ସହାୟକ ଗୋଷ୍ଠି ଓ ଶ୍ରୀରାମ ପାରାୟଣ କମିଟି , ବିଦ୍ୟାଳୟ ପରିଚାଳନା କମିଟି, ୟୁନିଟ୍ ଫର ସେବା ସଂଗଠନ ପକ୍ଷରୁ ମାନପତ୍ର, ଉପଢୌକନ ଓ ଫଟୋଚିତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ଶିକ୍ଷୟିତ୍ରୀ ଜାନକୀ ଲତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରିୟଙ୍କା ଲେଙ୍କା,ମମତା ମଞ୍ଜରୀ ବେହେରା, ନିହାରିକା ଖଟୁଆ, ସବନ୍ କୁମାର ନାୟକ, ଶିଶିର କୁମାର ଶଙ୍ଖୁଆ, ପ୍ରକାଶ ବେହେରା, ସତ୍ୟବ୍ରତ ଭୂୟାଁ, ସୁମତିଲତା ଜେନା, ଅଜୟ କୁମାର ଜେନା, ରୋଜାଲିନ୍ ବେହେରା, ସସ୍ମିତା ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ସେବା ନିବୃତ ଶିକ୍ଷକଙ୍କୁ ଏକ ଶୋଭାଯାତ୍ରାରେ ନିଆଯାଇ ଭଦ୍ରକ ଜଗନ୍ନାଥପୁର ସ୍ଥିତ ବାସଭବନରେ ପହଂଚାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.