Home ଜିଲ୍ଲା ପରିକ୍ରମା ନୂତନ ସିଟି ଡିଏସ୍‌ପି ସମ୍ବିତ ମାଝୀଙ୍କ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା, ସହରର ବିଭିନ୍ନ ହୋଟେଲରୁ...

ନୂତନ ସିଟି ଡିଏସ୍‌ପି ସମ୍ବିତ ମାଝୀଙ୍କ କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା, ସହରର ବିଭିନ୍ନ ହୋଟେଲରୁ ଦେହଜୀବୀ ଉଦ୍ଧାର

7

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ନୂତନ ସିଟି ଡିଏସ୍‌ପି ଭାବେ ସମ୍ବିତ ମାଝୀ ଗତ ୩ ଦିନ ହେବ କାର୍ଯ୍ୟରେ ଯୋଗଦେବା ପରେ ସହରରେ ଚୋରା ମଦ କାରବାର, ଅମାନିଆ ଟ୍ରାଫିକ୍ ଓ ବିଭିନ୍ନ ହୋଟେଲରେ ଦେହ ବ୍ୟବସାୟ କରୁଥିବା ଅସାମାଜିକ ଲୋକଙ୍କ ମଧ୍ୟରେ କୋକୁଆଭୟ ଖେଳିଯାଇଛି। ଏପରିକି ବିଭିନ୍ନ ମଦ ଦୋକାନ ସମ୍ମୁଖରେ ବାର୍ ଭଳି ଠିଆ ହୋଇ ମଦ ପିଉଥିବା ମଦୁଆ ଓ ମଦ ପିଇ ଗାଡି ଚଳାଉଥିବା ଅମାନିଆଙ୍କ ପାଇଁ ସେ କାଳ ସାଜିଛନ୍ତି। କାର୍ଯ୍ୟରେ ଯୋଗଦେବା ପରେ ସହରର ଅପର୍ତିବିନ୍ଧା ଛକ, ବନ୍ତ ଛକ ଓ ଚରମ୍ପା ଭଳି ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ଜାମ୍ କରୁଥିବା ଟ୍ରଲି ରିକ୍ସା ଓ ଉଠା ଦୋକାନୀଙ୍କୁ ସେ ଚେତାବନୀ ଦେବା ସହ ବିଶୃଙ୍ଖଳିତ ଭାବେ ଗାଳି ଚଳାଉଥିବା ଷ୍ଟ୍ରିଟ୍ ରୋମିଓଙ୍କୁ କାବୁ କରି ଉତମ ମଧ୍ୟମ ଦେଇଛନ୍ତି। ଆଜି ସେ ଭଦ୍ରକର ବାଇପାସ ଓ ଚରମ୍ପା ଭଳି କେତେକ ସ୍ଥାନରେ ଥିବା ହୋଟେଲରେ ଦେହ ବ୍ୟବସାୟର ଖବର ପାଇ ଚଢାଉ କରିଥିଲେ। ଏପରିକି ପୁଲିସ୍‌କୁ ଗ୍ରାହକ ସଜାଇ ଏକ ହୋଟେଲକୁ ପଠାଇ ୨ ହଜାର ଟଙ୍କା ବିନିମୟରେ କିଛି ଦେହଜୀବୀଙ୍କୁ ଠାବ କରିବା ସହ ଚରମ୍ପା ଅଂଚଳରେ କିଛି ଯୁବକଙ୍କୁ ମଧ୍ୟ ଅଟକ ରଖିଛନ୍ତି। ଶ୍ରୀ ମାଝୀଙ୍କର ଏଭଳି କାର୍ଯ୍ୟକୁ ଭଦ୍ରକର ବୁଦ୍ଧିଜୀବୀ ପକ୍ଷରୁ ସ୍ୱାଗତ କରାଯାଇଥିବାବେଳେ ମାତ୍ର ୩ ଦିନରେ ଆଇନ୍ ଶୃଙ୍ଖଳାକୁ ନିଜ ନିୟନ୍ତ୍ରଣକୁ ଆଣିବାରେ ସଫଳ ହୋଇଛନ୍ତି। ତେବେ ଭଦ୍ରକର ସବୁଠାରୁ ବ୍ୟସ୍ତବହୁଳ ଅଂଚଳ ଭାବେ ପରିଚିତ ଅପର୍ତିବିନ୍ଧା ଛକ ଠାରୁ ଟାଉନ୍ ହଲ୍ ଛକ ଓ ବନ୍ତଛକରେ ଉଚ୍ଛେଦ କରାଯାଇଥିବା ଟ୍ରଲିରିକ୍ସା ଗୁଡିକ ପୁନର୍ବାର ସେମାନଙ୍କର ପ୍ରାଦୁର୍ଭାବ ଦେଖାଇ ଆସୁଥିବାବେଳେ ଶ୍ରୀ ମାଝୀ ସେମାନଙ୍କୁ ଉଠାଇବାରେ କେତେଦୂର ସକ୍ଷମ ହେବେ, ତାହା ସମୟ କହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.