Home ଜିଲ୍ଲା ପରିକ୍ରମା ନୂତନ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ନୂତନ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

58

ପୁରୀ ୨୯ -୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରାଜ୍ୟ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ନୂତନ ଭାବେ ୩୨ ଜଣ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ଚୟନ କରାଯାଇଛି। ଏହି ନୂତନ ଅଧିକାରୀ ମାନଙ୍କୁ ସେମାନଙ୍କ କାର୍ଯ୍ୟ, ଦାୟିତ୍ଵ, ବ୍ୟବହାର, ସମ୍ପର୍କରେ ଭୁବନେଶ୍ୱର ସ୍ଥିତ ଗୋପବନ୍ଧୁ ଏକାଡେମୀ ରେ ପ୍ରଶିକ୍ଷଣ ଦିଆଯାଉଛି। ସେହି ପ୍ରଶିକ୍ଷଣ ର ଅଂଶ ବିଶେଷ ବିଭିନ୍ନ ସ୍ଥାନ ପରିଭ୍ରମଣ ସହ ଅଭିଜ୍ଞତା ହାସଲ ଉଦ୍ଦେଶ୍ୟରେ ରବିବାର ଅପରାହ୍ନରେ ଏହି ପ୍ରଶିକ୍ଷାର୍ଥୀ ମାନେ ପୁରୀ ରେ ପହଞ୍ଚି ଥିଲେ। ସଦଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ୱାଗତ ସହ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ନୂତନ ଅଧିକାରୀ ମାନେ ସାଧାରଣ ଜନତା ଙ୍କୁ ଉପଯୁକ୍ତ ସେବା ଓ ସହାୟତା ପ୍ରଦାନ କରିବା କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବେ ବୋଲି ଆଶାବ୍ୟକ୍ତ କରିଥିଲେ। ବିଶେଷ କରି ସରକାର ପ୍ରଣୟନ କରିଥିବା ୫ ଟି ଓ ମୋ ସରକାର କାର୍ଯ୍ୟକ୍ରମ କୁ ଅଧିକ କ୍ରିୟାଶୀଳ କରିବା ଉପରେ ସେ ଗୁରୁତ୍ବ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଗରିବ, ଅସହାୟ, ଭିନ୍ନକ୍ଷମ ମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଏହି ବିଭାଗ ର ସୃଷ୍ଟି ହୋଇଥିବାରୁ ନୂତନ ଅଧିକାରୀ ମାନେ ନିଷ୍ଠାର ସହ କାର୍ଯ୍ୟ କରି ତାହାର ଗାରିମା କୁ ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ। ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ନାୟକ ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତ ଙ୍କୁ ପୁଷ୍ପ ଗୁଛ ଦେଇ ସ୍ୱାଗତ ବ୍ବରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.