ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂତନ ଶିକ୍ଷାନୀତି ହେଉଛି ଭାରତୀୟ ଶିକ୍ଷାର ନୂତନ ଦିଗନ୍ତ। ଏହାକୁ ସଫଳ କରାଇବାରେ ପ୍ରତିଟି ଉଚ୍ଚଶିକ୍ଷାନୁଷ୍ଠାନ ବଦ୍ଧପରିକର ହେବା ଆବଶ୍ୟକ ବୋଲି ତିହିଡ଼ି ବ୍ଲକ୍ ପାଳିଆବିନ୍ଧା ସ୍ଥିତ ବିଏନଏମ୍ଏ କଲେଜରେ ଅନୁଷ୍ଠିତ ଜାତୀୟ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି। କଲେଜର ଅଧ୍ୟକ୍ଷ ଅମୂଲ୍ୟ କୁମାର ପରିଡ଼ାଙ୍କ ପୌରୋହିତ୍ୟରେ ଶିକ୍ଷା ବିଭାଗ, ଗଣିତ ବିଭାଗ ଓ ପଦାର୍ଥ ବିଜ୍ଞାନ ବିଭାଗର ମିଳିତ ସହଯୋଗରେ ଏହି ସମ୍ପାନ ଅନୁଷ୍ଠିତ ହୋଇଥିଲା। ଶିକ୍ଷାବିଭାଗ ମୁଖ୍ୟ ଅଧ୍ୟାପକ ଗୋବିନ୍ଦଚନ୍ଦ୍ର ବାଗ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବିଷୟ ବିଶାରଦ ଭାବେ ଟାଟା ସ୍ଥିତ ଡିବିଏମଏସ ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ରର ପ୍ରାଧ୍ୟାପିକା ପାମେଲା କୁମାରୀ ଘୋଷଦତ ଓ ପୁନମ୍ କୁମାରୀ ଯୋଗଦେଇ ବିଷୟ ଭିତିକ ବକ୍ତବ୍ୟ ରଖିଥିଲେ। ନାକ୍ କମିଟି ରାଜ୍ୟ ସଂଯୋଜକ ଦିଲିପ୍ କୁମାର ମଙ୍ଗରାଜ ଏଭଳି ବିଷୟ ଉପରେ ଆଲୋଚନା ହେବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଇଂରାଜୀ ଅଧ୍ୟାପକ ଡ.ରାଜେନ୍ଦ୍ର ଭୁଏ ଅତିଥିମାନଙ୍କୁ ମଂଚ ଆହ୍ୱାନ କରିଥିବା ବେଳେ ଅଧ୍ୟାପିକା ଜ୍ୟୋତିର୍ମୟୀ ପ୍ରଧାନ, ଗଣିତ ବିଭାଗ ଅଧ୍ୟାପିକା ପ୍ରିୟଙ୍କା ସାହୁ, ପଦାର୍ଥ ବିଜ୍ଞାନ ଅଧ୍ୟାପକ ଅଭିଷେକ ପାତ୍ର ବକ୍ତବ୍ୟ ପ୍ରଦାନ କରିଥିଲେ। ଛାତ୍ରୀ ଶୁଭସ୍ମିତା ଦାସ, ଶାଶ୍ୱତୀ ନାୟକ, ରଶ୍ମୀରେଖା ବେହେରା, ଶୁଭସ୍ମିତା ପାଣି, ମାଧୁରୀ ଦାସ ଓ ଛାତ୍ର ସ୍ମୃତିରଂଜନ ସାହୁ, ଏସକେ କରୀମ୍ ବକ୍ସ ପ୍ରଭୃତି ଭିତିପ୍ରବନ୍ଧ ପାଠ କରିଥିଲେ। ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଓ ଛାତ୍ରୀମାନେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର, ସରୋଜ କୁମାର ମହାପାତ୍ର, ଦେବାଶିଷ ଦାସ, ତପନ କୁମାର ନାୟକ, ପ୍ରଦୀପ କୁମାର ରାଉତ, ଲୋକେଶ ବଗର୍ତି, ସଂଜୟ ମହାନ୍ତି, ରଜତ କୁମାର ଜେନା, ଦାଶରଥୀ ସାହୁ, ମାନସ ମାଝି, ଅଧ୍ୟାପିକା ଅନୀତା ତ୍ରିପାଠୀ, ଡକ୍ଟର ରଜନୀଗନ୍ଧା ପତି, ପୁଷ୍ପଲତା ବେହେରା, ଆଫସନା ବେଗମ୍, ସସ୍ମିତା ପଣ୍ଡା, ସ୍ୱପ୍ନା ରାୟ, ଦୀପ୍ତିବାଳା ରାଉତ, ପଦ୍ମାଳୟା ଖଟୁଆ, ସାଣ୍ଡ୍ରା ରୋଜାରିଓ, ସୁଦେଷ୍ଣା ବେହେରା, ନେହା ଗୁପ୍ତା, ଭରତଚନ୍ଦ୍ର ପାତ୍ର, ବିଧୁଭୂଷଣ ମୁଦୁଲି, ସୁବ୍ରତ ମଲ୍ଲିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଅଧ୍ୟାପକ ମାରୁତି ରଂଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷା ବିଭାଗ, ଗଣିତ ବିଭାଗ ଓ ପଦାର୍ଥ ବିଜ୍ଞାନ ସମ୍ମାନ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଥିଲେ ।
Home ଜିଲ୍ଲା ପରିକ୍ରମା ନୂତନ ଶିକ୍ଷାନୀତି ୨୦୨୦ : ସମ୍ଭାବନା, ସମସ୍ୟା ଓ ସମାଧାନ, ପାଳିଆବିନ୍ଧା କଲେଜରେ ନୂତନ ଶିକ୍ଷାନୀତି...








