Home ଓଡ଼ିଶା ନୂତନ ଶିକ୍ଷାନୀତି ଯୋଗୁଁ ଓଡିଶା ଭଳି ପଛୁଆ ରାଜ୍ୟ ପାଇଁ ଅପାର ସମ୍ଭାବନା ସୃଷ୍ଟି ହୋଇଛି:...

ନୂତନ ଶିକ୍ଷାନୀତି ଯୋଗୁଁ ଓଡିଶା ଭଳି ପଛୁଆ ରାଜ୍ୟ ପାଇଁ ଅପାର ସମ୍ଭାବନା ସୃଷ୍ଟି ହୋଇଛି: ସମୀର ମହାନ୍ତି

54

ନୂତନ ଶିକ୍ଷାନୀତିର ୧ ବର୍ଷ ପୂର୍ତି ଅବସରରେ ବୁଦ୍ଧିଜୀବୀ ପ୍ରକୋଷ୍ଠ ତରଫରୁ ଆଲୋଚନା ଚକ୍ର

ଦେଶର ଅଗଣିତ ଛାତ୍ରଛାତ୍ରମାନଙ୍କ ଆକାଂକ୍ଷା ପୂରଣ ଲାଗି ନୂତନ ଶିକ୍ଷାନୀତି ନିଶ୍ଚିତ ସହାୟକ ହେବ – କ୍ଷିତିଭୂଷଣ ଦାସ
ସୁଦୃଢ ଶିକ୍ଷା ବାତାବରଣ ଏବଂ ଭିତିଭୂମି ପ୍ରସ୍ତୁତ କରି ରାଜ୍ୟର ଅଗଣିତ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣର କାର୍ଯ୍ୟକୁ ଦାୟୀତ୍ୱ ରୂପେ ବହନ କରନ୍ତୁ ରାଜ୍ୟ ସରକାର
ଜାତୀୟ ଶିକ୍ଷାନୀତି ପ୍ରଣୟନରେ ଏକ ବର୍ଷ ପୂର୍ତି ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ପଛୁଆ ବର୍ଗ ଓ ଆର୍ଥିକ ଅନଗ୍ରସରଙ୍କ ପାଇଁ ମେଡିକାଲ ପାଠ୍ୟକ୍ରମରେ ଯଥାକ୍ରମେ ୨୭% ଏବଂ ୧୦% ସଂରକ୍ଷଣର ଐତିହାସିକ ନିଷ୍ପତି ଏବଂ ଏହାର କ୍ରିୟାନ୍ୱୟନ ପାଇଁ ବୁଦ୍ଧିଜୀବୀ ପ୍ରକୋଷ୍ଠ ପକ୍ଷରୁ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ପ୍ରଦାନ

ଭୁବନେଶ୍ୱର ୧ ଅଗଷ୍ଟ (ଓଡ଼ିଆ ପୁଅ) : ନୂତନ ଶିକ୍ଷାନୀତିର ୧ ବର୍ଷ ପୂର୍ତି ଅବସରରେ ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ ତରଫରୁ ଆଲୋଚନା ଚକ୍ର ଆୟୋଜିତ ହୋଇଛି। ବୁଦ୍ଧିଜୀବୀ ପ୍ରକୋଷ୍ଠର ରାଜ୍ୟ ଆବାହକ ଶ୍ରୀ ସଜ୍ଜନ ଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତା ଭାବେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଯୋଗ ଦେଇ ଜାତୀୟ ଶିକ୍ଷାନୀତିକୁ ପ୍ରଶଂସା କରିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ନୂତନ ଶିକ୍ଷାନୀତି ଆତ୍ମନିର୍ଭର ଭାରତ ନିର୍ମାଣରେ ଉପଯୋଗୀ ହେବା ସହ ରାଷ୍ଟ୍ର ସଂସ୍କୃତିର ସଂରକ୍ଷଣ କରିବ। ପ୍ରାଥମିକ ସ୍ତରରୁ ଉଚ୍ଚସ୍ତରୀୟ ଶିକ୍ଷାଦାନ ମୂଲ୍ୟବୋଧ ଭିତିକ ହେବା ସହ ଗବେଷଣା ଓ ଅନୁସନ୍ଧାନ ପାଠ୍ୟକ୍ରମକୁ ପ୍ରାଧାନ୍ୟ ଦିଆଯିବ। ଆତ୍ମନିଯୁକ୍ତି ଭିତିକ ଶିକ୍ଷା ପ୍ରାପ୍ତି କାରଣରୁ ଛାତ୍ରଛାତୀମାନେ ଆତ୍ମନିର୍ଭର ହୋଇପାରିବେ। ଛାତ୍ରଛାତ୍ରୀମାନେ ହୃତଗୌରବ ଇତିହାସ ଏବଂ ରାଷ୍ଟ୍ର ନାୟକମାନଙ୍କ ଜୀବନି ପାଠ୍ୟକ୍ରମ ଦ୍ୱାରା ଅନୁପ୍ରାଣିତ ହୋଇପାରିବେ।

ନୂତନ ଶିକ୍ଷାନୀତି ଯୋଗୁଁ ଓଡିଶା ଭଳି ପଛୁଆ ରାଜ୍ୟ ପାଇଁ ଅପାର ସମ୍ଭାବନା ସୃଷ୍ଟି ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଓଡିଆ ପୁଅ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାୟୀତ୍ୱ ଗ୍ରହଣ କରିବା ପରେ ରାଜ୍ୟରେ ଶିକ୍ଷା କ୍ଷେତ୍ରର ବିକାଶ ଦିଗରେ ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି। ଏହି ଅପାର ସମ୍ଭାବନାକୁ ସୁଯୋଗରେ ପରିଣତ କରି ସୁଦୃଢ ଶିକ୍ଷା ବାତାବରଣ ଏବଂ ଭିତିଭୂମି ପ୍ରସ୍ତୁତ କରି ରାଜ୍ୟର ଅଗଣିତ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣର କାର୍ଯ୍ୟକୁ ଦାୟୀତ୍ୱ ରୂପେ ବହନ କରନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଆଲୋଚନାଚକ୍ରର ମୁଖ୍ୟ ଅତିଥି ଭାବେ ରାଂଚି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଡ- କ୍ଷିତିଭୂଷଣ ଦାସ ଯୋଗ ଦେଇ କହିଛନ୍ତି ଯେ, ଦେଶର ଅଗଣିତ ଛାତ୍ରଛାତ୍ରମାନଙ୍କ ଆକାଂକ୍ଷା ପୂରଣ ଲାଗି ନୂତନ ଶିକ୍ଷାନୀତି ନିଶ୍ଚିତ ସହାୟକ ହେବ। ନିଜ ନିଜ ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ କାରଣରୁ ବିଶେଷ ଭାବେ ଗରୀବ, ଗ୍ରାମୀଣ ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶ୍ୱାସ ଯୋଗାଇବ। ସେହିପରି ଭାରତୀୟ ସାଂକେତିକ ଭାଷାକୁ ପ୍ରଥମ ଥର ପାଇଁ ଭାଷାଭିତିକ ବିଷୟ ମାନ୍ୟତା ପ୍ରଦାନ କରାଯାଇଥିବାରୁ ଲକ୍ଷ ଲକ୍ଷ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ।

ଦେଶ ସ୍ୱାଧୀନତା ହେବାର ଦୀର୍ଘ ୭୪ ବର୍ଷ ପରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ମୋଦି ସରକାର ନୂତନ ‘ଜାତୀୟ ଶିକ୍ଷାନୀତି ୨୦୨୦’ ଗତ ବର୍ଷ ଆରମ୍ଭ କରିଛନ୍ତି। ଦେଶର ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ଶିକ୍ଷା ଓ ମାର୍ଗଦର୍ଶନ ସ୍ତର ଉପରେ ଆମ ଭବିଷ୍ୟତର ପ୍ରଗତି ଓ ଅଭିବୃଦ୍ଧି ନିର୍ଭରଶୀଳ। ବେଶ ଉନ୍ମୁକ୍ତ ଏବଂ ଚାପବିହୀନ ନୂତନ ଜାତୀୟ ଶିକ୍ଷା ନୀତିକୁ ରୂପରେଖ ଦେଇଥିବା ସମସ୍ତ ଶିକ୍ଷକ, ପ୍ରଧ୍ୟାପକ, ଶିକ୍ଷାବିତମାନଙ୍କୁ ଭୂୟସୀ ପ୍ରଶଂସା କରାଯାଇଥିଲା।

ଜାତୀୟ ଶିକ୍ଷାନୀତି ପ୍ରଣୟନରେ ଏକ ବର୍ଷ ପୂର୍ତି ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ପଛୁଆ ବର୍ଗ ଓ ଆର୍ଥିକ ଅନଗ୍ରସରଙ୍କ ପାଇଁ ମେଡିକାଲ ପାଠ୍ୟକ୍ରମରେ ଯଥାକ୍ରମେ ୨୭% ଏବଂ ୧୦% ସଂରକ୍ଷଣର ଐତିହାସିକ ନିଷ୍ପତି ଏବଂ ଏହାର କ୍ରିୟାନ୍ୱୟନ ପାଇଁ ବୁଦ୍ଧିଜୀବୀ ପ୍ରକୋଷ୍ଠ ପକ୍ଷରୁ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

ବୁଦ୍ଧିଜୀବୀ ପ୍ରକୋଷ୍ଠର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଦର୍ଶନ ନାୟକ ଏବଂ ଅଧ୍ୟାପକ ସତ୍ୟ ନାରାୟଣ ଜେନା ଏହି ଆଲୋଚନାରେ ଭାଗ ନେଇଥିଲେ। ଏହି ଅବସରରେ ଦିଲୀପ ମଲ୍ଲିକ, ସୁଜିତ କୁମାର ଦାସ, ଶଙ୍କର ପରିଡା, ଅଧ୍ୟାପକ ରାଜେନ୍ଦ୍ର ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.