Home ଜିଲ୍ଲା ପରିକ୍ରମା ନୂତନ ଶିକ୍ଷାନୀତି ଏନ୍‌ଇପି-୨୦୨୦ ପ୍ରତ୍ୟାହାର ଦାବିରେ ଶିକ୍ଷା ବଂଚାଅ କମିଟିର ପ୍ରତିବାଦ

ନୂତନ ଶିକ୍ଷାନୀତି ଏନ୍‌ଇପି-୨୦୨୦ ପ୍ରତ୍ୟାହାର ଦାବିରେ ଶିକ୍ଷା ବଂଚାଅ କମିଟିର ପ୍ରତିବାଦ

25

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂତନ ଶିକ୍ଷାନୀତି ଏନ୍‌ଇପି-୨୦୨୦ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଆଜି ରାଜ୍ୟସ୍ତରୀୟ ପ୍ରତିବାଦ ଦିବସ ଉପଲକ୍ଷେ ସମଗ୍ର ଭାରତ ଶିକ୍ଷା ବଂଚାଅ କମିଟି ଭଦ୍ରକ ଜିଲା ଶାଖା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ କରି ପ୍ରତିବାଦ କରାଯାଇଛି। ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ, ସାମ୍ପ୍ରଦାୟିକ ଋଣ ବିରୋଧରେ ତଥା ବୈଜ୍ଞାନିକ ଗଣତାନ୍ତ୍ରିକ, ଧର୍ମ ନିରପେକ୍ଷ ଶିକ୍ଷା ଦାବିରେ ଏହି ଆନ୍ଦୋଳନ ପ୍ରଦର୍ଶନ ହୋଇଥିଲା। ରାଜ୍ୟ ସଂପାଦକ ଡ. ରମେଶ ନାୟକ, ଜିଲା ସଂପାଦକ ଆଇନ୍‌ଜୀବୀ ନରେନ୍ଦ୍ର ବିଶ୍ୱାଳ, ମଦନ ମୋହନ ମହାକୁଡ, ଦିଗମ୍ବର ସ୍ୱାଇଁ, କୀର୍ତ୍ତନ ବିହାରୀ ମଲ୍ଲିକ ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଶେଷରେ ଏହାର ପ୍ରତିନିଧି ଦଳ ୧୨ ଦଫା ସମ୍ବଳିତ ଏକ ସ୍ମାରକପତ୍ର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.