Home ଜିଲ୍ଲା ପରିକ୍ରମା ନୂତନ ଶାଖା ପରିଚାଳକଙ୍କୁ ବିରୋଧ, ଯୋଗ ନଦେଇପାରି ଫେରିଗଲେ

ନୂତନ ଶାଖା ପରିଚାଳକଙ୍କୁ ବିରୋଧ, ଯୋଗ ନଦେଇପାରି ଫେରିଗଲେ

39

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଭଣ୍ଡାରିପୋଖରୀ ଶାଖାର ନୂତନ ପରିଚାଳକ ଭାବେ ବଦଳି ଆଦେଶ ପାଇଥିବା ଧନୁର୍ଦ୍ଧର ସାହୁ ବୁଧବାର ଶାଖାରେ ଯୋଗନଦେଇ ପାରି ଫେରିଯାଇଥିବା ଜଣାଯାଇଛି । ବ୍ୟାଙ୍କ ଶାଖା ଅନ୍ତର୍ଗତ ୧୦ଟି ପ୍ରାଥମିକ କୃଷି ସମବାୟ ସମିତିର ସଭାପତିମାନେ ଶ୍ରୀ ସାହୁଙ୍କୁ ବିରୋଧ କରିବା ଫଳରେ ତାଙ୍କ ଯୋଗଦାନ ସମ୍ଭବ ହୋଇ ପାରିନଥିବା ଜଣାଯାଇଛି । ବ୍ୟାଙ୍କ ଶାଖାରେ ସ୍ୱଳ୍ପଦିନ ପାଇଁ କାର୍ଯ୍ୟକରି ପରିଚାଳକ ବିଚିତ୍ରାନନ୍ଦ ସାହୁ ଶାଖା ଓ ସମବାୟ ସମିତିର ସୁପରିଚାଳନା କରି ପ୍ରଶଂସିତ ହୋଇଥିଲେ । ପୂର୍ବରୁ ଶାଖା ପରିଚାଳକ ମାନସ ମହାପାତ୍ର ଓ ଶାଖାରେ ପୂର୍ବରୁ କାର୍ଯ୍ୟକରିଥିବା ସହାୟକ ଧନୁର୍ଦ୍ଧର ସାହୁ ବ୍ୟାଙ୍କ ଓ ସମିତିର କୁପରିଚାଳନା କରି ନିନ୍ଦିତ ହୋଇଥିଲେ । ଏଭଳି ପରିସ୍ଥିତିରେ ଧନୁର୍ଦ୍ଧରଙ୍କୁ ଶାଖା ପରିଚାଳକ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ବିଭିନ୍ନ ସମିିର ସଭାପତିମାନେ ବ୍ୟାଙ୍କ ସମ୍ପାଦକଙ୍କୁ ଲିଖିତ ଭାବେ ଜଣାଇଥିଲେ । ଏହାକୁ ଭ୍ରୁକ୍ଷେପ ନକରି ଶ୍ରୀ ସାହୁ ଆଜି ଯୋଗଦେବାକୁ ଆସିଥିବା ବେଳେ ତାଙ୍କୁ କଡା ବିରୋଧ କରାଯିବାରୁ ଫେରିଯାଇଥିବା ଜଣାଯାଇଛି । ବିଚିତ୍ରାନନ୍ଦ ସାହୁଙ୍କୁ ବଦଳି ବାତିଲ ନହେବା ପର୍ଯ୍ୟନ୍ତ ଏହି ବିରୋଧ ଜାରି ରହିବ ବୋଲି ସଭାପତିମାନେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.