ଭଦ୍ରକ, ୧୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ବିଷ୍ଣୁପୁର ମୌଜାରୁ ପୃଥକ ହୋଇ ଚିଙ୍ଗୁଡ଼ିପୁର ନାମକ ଏକ ନୂତନ ରାଜସ୍ୱ ଗ୍ରାମ ଭାବେ ପଟ୍ଟା ବଂଟନ କାର୍ଯ୍ୟକ୍ରମ ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାଏଙ୍କ ଅଧ୍ୟକ୍ଷତାରେ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ନିୟମ ଅନୁଯାୟୀ ୟୁ /ଏସ ୩୭(୩)ର ଓଏସ ଏବଂ ଆକ୍ଟ ୧୯୫୮ନିୟମ ୬୧ ଓଏସ ୧୯୬୨ ସୀମା ନିର୍ଦ୍ଧାରଣ ୧୯୯୭ ସରକାରଙ୍କର ନିୟମ ଅନୁସାରେ ରେ ରାଜସ୍ୱ ଗ୍ରାମ ବିଷ୍ଣୁପୁର ରୁ ସୀମା ନିର୍ଦ୍ଧାରଣ ହୋଇ କ୍ଷୁଦ୍ର ସେଟଲମେଂଟ ମାଧ୍ୟମରେ ଚିଙ୍ଗିଡ଼ିପୁର ଭାବେ ନୂତନ ରାଜସ୍ୱ ଗ୍ରାମ କାର୍ଯ୍ୟକ୍ଷମ ହୋଇଛି। ଏହି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବବ୍ୟପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପଟ୍ଟା ପ୍ରଦାନ ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଅଭିମନ୍ୟୁ ସେଠୀ ବିଧାୟକ ସଞ୍ଜୀବ ମଲ୍ଲିକ ଏଡିଏମ୍ ଶାନ୍ତନୁ କୁମାର ମହାନ୍ତି, ପିଡି ଶୁଭେନ୍ଦ୍ର ସାମଲ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ବିଡ଼ିଓ ଦେବଦତ ଦାଶ,ବ୍ଲକ ଅଧ୍ୟକ୍ଷା ଶୁମତି ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ପରିଚୟ ପ୍ରଦାନ ତେଜସ୍ୱନି ସ୍ୱାଇଁ କରିଥିବା ବେଳେ ଅତିରିକ୍ତ ତହସିଲଦାର କାର୍ଯ୍ୟ ପରିଚାଳନାରେ ସକ୍ରିୟ ଭୂମିକା ଲିଭାଇ ଥିଲେ । ତହସିଲ ର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ। ଶେଷରେ ତହସିଲ୍ ଦାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।