ବାଲିଗୁଡା,୧-୧୧ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ )କନ୍ଧମାଳ ଜିଲ୍ଲା ବାଲିଗୁଡା କୋର୍ଟ ରେ ପୁରୀରୁ ଆସି ଏଠାରେ ନୂତନ ଭାବେ ଯୋଗ ଦେଇଥିବା ଅତିରିକ୍ତ ଜିଲ୍ଲା ଦୌରାଜଜ ଶୁଭଦର୍ଶି ପଟ୍ଟନାୟକଙ୍କୁ ବାଲିଗୁଡା ଓକିଲ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରା ଯାଇଥିଲା। ଏଥିରେ ସବଜଜ ସଂଘମିତ୍ରା ଦାସ, ଏସ.ଡି.ଜେ.ଏମ.ସୌମ୍ୟରୂପ ସାହୁ, ଜେଏମଏସସି ଶୀତଲ ବର୍ଷାଙ୍କ ସମେତ ସଂଘର ସଭାପତି କୌସିକ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏଥିରେ ସଂଘର ସମ୍ପାଦକ ସୁରେଶ କୁମାର ପଟ୍ଟନାୟକ, ପଦ୍ମ ଚରଣ ପଟ୍ଟନାୟକ, ପଦ୍ମ ଚରଣ ପଣ୍ଡା, ଭାଗିରଥି ରାଉତରାୟ, ସୁଧାଂଶୁ ମୋହନ ପତି, ସେକ ସାଦିକ, ପ୍ରଦୀପ କୁମାର ପାଣିଗ୍ରାହୀ, କ୍ଷମା ସାଗର ପ୍ରଧାନ, ରବୀନ କୁମାର ସାହୁ, ମାନସ ରଞ୍ଜନ ପଣ୍ଡା, ନାରାୟଣ ଚୌଧୁରୀ, ଶିରୀଶ କୁମାର ପ୍ରଧାନ ପ୍ରମୁଖ ପରିଚାଳନା ରେ ସହଯୋଗ କରିବା ସହ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।