Home Top News ନୂତନ ଡିଜିପି ଭାବରେ ଦାୟିତ୍ୱ ଗ୍ରହଣ କଲେ ସୁନୀଲ କୁମାର ବଂସଲ

ନୂତନ ଡିଜିପି ଭାବରେ ଦାୟିତ୍ୱ ଗ୍ରହଣ କଲେ ସୁନୀଲ କୁମାର ବଂସଲ

49

କଟକ, ୩୧/୧୨ (ଓଡ଼ିଆ ପୁଅ/ଅଭୟ ଜେନା) ଓଡିଶା ପୋଲିସର ନୂତନ ମହାନିର୍ଦ୍ଦେଶକ ଭାବେ ବରିଷ୍ଠ ଆଇପିଏସ ସୁନୀଲ କୁମାର ଵଂସଲ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଆଜି ଅପରାହ୍ଣରେ ବକ୍ସିବଜାର ସ୍ଥିତ ପୁଲିସ ମୁଖ୍ୟାଳୟରେ ଶ୍ରୀ ବଂଶଲ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍‌ଅନର ଦିଆଯାଇଥିଲା।

୧୯୮୭ ବ୍ୟଚର ଏହି ଆଇପିଏସ ଅଫିସର ନେଇଛନ୍ତି ଓଡିଶା ପୋଲିସ ମୁଖ୍ୟ ଭାବେ ଦାୟିତ୍ବ।

ରାଜ୍ୟ ସରକାରଙ୍କ କେନ୍ଦ୍ରକୁ ତାଙ୍କ ନାମ ସୁପାରିଶ କରିବା ପରେ ପରେ ୧୯୮୬ ବ୍ୟାଚ ର ଆଇପିଏସ ଶ୍ରୀ ଅଭୟଙ୍କ ସ୍ଥାନରେ ଆଇ ପି ଏସ ସୁନୀଲ ବଂଶଲଙ୍କୁ ଓଡ଼ିଶାର ନୂତନ ପୁଲିସ ମହାନିର୍ଦେଶକ ଦାୟିତ୍ୱ ଅର୍ପଣ କରାଯାଇଛି।

ଆଜି ବହୁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସବୁ ରେଞ୍ଜ୍‌ର ଆଇଜି ଓ ଡିଆଇଜି ପୁଲିସ ମୁଖ୍ୟାଳୟରେ ଉପସ୍ଥିତ ରହି ଶ୍ରୀ ବଂଶଲ ଙ୍କୁ ସ୍ବାଗତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.