Home ଜିଲ୍ଲା ପରିକ୍ରମା ନୂତନ ଜିଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲା ମହିଳା ମୋର୍ଚ୍ଚା

ନୂତନ ଜିଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲା ମହିଳା ମୋର୍ଚ୍ଚା

51

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂତନ ଭାବରେ ଯୋଗଦେଇଥିବା ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଭେଟି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଏକ ଜ୍ଞାପନ ପ୍ରଦାନ କରିଛି ବିଜେପି ମହିଳା ମୋର୍ଚ୍ଚା। ଜିଲା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ଜିଲା ଉପାଧ୍ୟକ୍ଷା ଶକୁନ୍ତଳା ସାମଲ, ସରସ୍ୱତୀ ସେନାପତି ଏବଂ ଚୈତାଳୀ ଖିଲାର ପ୍ରମୁଖ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲାପାଳ ସିଦ୍ଦେଶ୍ୱର ବଳିରାମଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଜିଲାର କିଛି ମୌଳିକ ସମସ୍ୟା ବାବଦରେ ଲିଖିତ ଭାବରେ ଏକ ଜ୍ଞାପନ ପ୍ରଦାନ କରିଛନ୍ତି। ପ୍ରଦାନ କରାଯାଇଥିବା ଜ୍ଞାପନ ଅନୁଯାୟୀ ଜିଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି। ଜିଲାରେ ଅହେତୁକ ଭାବରେ ଚୋରା ନିଶା କାରବାର ବୃଦ୍ଧି ପାଇଛି। ବିଶେଷକରି ଡ୍ରଗ୍ଧ (ଧଳା ଜହର) କାରବାର ଯୁବ ପିଢିକୁ ପଥଭ୍ରଷ୍ଟ କରାଇ ଦେଇଛି। ଅପରାଧ ବୃଦ୍ଧିର ଏହା ପ୍ରମୁଖ କାରଣ ସାଜିଛି। ଏଥିରେ ସୁଧାର ଆସିବା ଦିଗରେ ଦୃଢ ପଦକ୍ଷେପ ଦାବି କରିଛି ମହିଳା ମୋର୍ଚ୍ଚା। ଏହାସହ ବିଦ୍ୟୁତ୍ କାଟ ଆଉ ହେବନାହିଁ ବୋଲି ବିଭାଗୀୟ ମନ୍ତ୍ରୀ କହିବା ସତ୍ୱେ ଜିଲାରେ ଅନେକ ସ୍ଥାନରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍‌କାଟ ହେଉଛି। ଏହାର ପ୍ରତିକାର ଦିଗରେ ପଦକ୍ଷେପ ନେବା ପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସେହିପରି ଜିଲାରେ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ଦିଗରେ ସହରରେ ଡ୍ରେନେଜ୍ ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ ଏବଂ ଜିଲାରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହାସହ ଜିଲାରେ ଓଡ଼ିଶା ଗୋହତ୍ୟା ନିଷେଧ ଅଧିନିୟମ ୧୯୬୦ ସମେତ ପଶୁ ନିଷ୍ଠୁରତା ନିବାରଣ ଆଇନ୍‌ର ଉଲ୍ଲଂଘନ କରାଯାଇ ବ୍ୟାପକ ପରିମାଣରେ ଗୋହତ୍ୟା ଏବଂ ଗୋ ଚାଲାଣ ଅହେତକୁ ଭାବରେ ବୃଦ୍ଧି ପାଉଥିବା ନେଇ ଜିଲାପାଳଙ୍କୁ ଅବଗତ କରାଇବା ସହ ଗୋହତ୍ୟା ନିଷେଧ ଅଧିନିୟମକୁ କଡାକଡି ଭାବରେ ଲାଗୁ କରାଯାଇ ବେଆଇନ୍ ଗୋ-ଚାଲାଣ ଏବଂ ଗୋହତ୍ୟା ଉପରେ ଅଂକୁଶ ଲଗାଇବାକୁ ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.