Home ଜିଲ୍ଲା ପରିକ୍ରମା ନୂତନ ଗ୍ରାମ ପଂଚାୟତ ଗଠନ ଦାବୀ ନେଇ ବୈଠକ

ନୂତନ ଗ୍ରାମ ପଂଚାୟତ ଗଠନ ଦାବୀ ନେଇ ବୈଠକ

12

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ତରାଗୋ ଠାରେ ନୂତନ ଗ୍ରାମ ପଂଚାୟତ ଗଠନ ଦାବୀ ନେଇ ଏକ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗୋବିନ୍ଦପୁର ସମିତି ସଭ୍ୟା ନିଳିମା ଖଟୁଆ, ପୂର୍ବତନ ସମିତି ସଭ୍ୟ ନିରଞ୍ଜନ ମଲ୍ଲିକ, ପ୍ରଶାନ୍ତ କୁମାର ଖଟୁଆ, ଶ୍ରୀକାନ୍ତ ଦାଶ, କୂଳମଣି ଦାଶ, ବନମାଳୀ ପ୍ରଧାନ, ଗୌରାଙ୍ଗ ଚରଣ ରାଉତ, ମନୋଜ କୁମାର ରାଉତ, ନନ୍ଦ କିଶୋର ବାରିକ, ମାନସ ରଞ୍ଜନ ଦାଶ, ଅଜୟ କୁମାର ରାଉତ, ଶଶୀକାନ୍ତ ସାହୁଙ୍କ ସମେତ ତରାଗୋ, ସୁନାଗଢିଆ, ଚାରିଘରିଆ, ଗଭିଗଢିଆ, ପଙ୍ଗୀରା ଆଦି ଗ୍ରାମର ବହୁ ବୁଦ୍ଧିଜୀବି, ସମାଜସେବୀ ଓ ଅଞ୍ଚଳବାସୀ ମାନେ ଯୋଗ ଦେଇଥିଲେ । ଏବେ ରାଜ୍ୟ ସରକାର ପଂଚାୟତ ପୁନଃର୍ଗଠନ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ତରାଗୋକୁ କିପରି ନୂତନ ଗ୍ରାମ ପଂଚାୟତ କରାଯାଇ ପାରିବ ସେନେଇ ଆଲୋଚନା ହୋଇଥିଲା । ସରକାରୀ ନିୟମ ଅନୁଯାୟୀ ଗୋଟିଏ ନୂତନ ଗ୍ରାମ ପଂଚାୟତ ଗଠନ ପାଇଁ ୨୫ ଶହ ଭୋଟର ରହିଥିବା ଆବଶ୍ୟକ ରହିଛି । ସେହି ନିୟମ ଅନୁଯାୟୀ ତରାଗୋ ଏକ ନୂତନ ଗ୍ରାମ ପଂଚାୟତ ହୋଇପାରିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ତରାଗୋ ରାଜସ୍ୱ ଗ୍ରାମ ୩ଟି ୱାର୍ଡକୁ ନେଇ ଗଠିତ ଏବଂ ଏହାର ପାଶ୍ୱର୍ବର୍ତୀ ଅନ୍ୟ ୪ ୱାର୍ଡ ମଧ୍ୟରେ ସୁନାଗଢିଆ, ଚାରିଘରିଆ, ଗଭିଗଢିଆ, ପଙ୍ଗୀରା ଗ୍ରାମ ରହିଛି । ଏସମସ୍ତ ୭ଟି ୱାର୍ଡରେ ମୋଟ ଭୋଟର ସଂଖ୍ୟା ୪ ହଜାରରୁ ଅଧିକ ହୋଇଥିବାରୁ ଏହା ଗୋଟିଏ ନୂତନ ଗ୍ରାମ ପଂଚାୟତ ଗଠନ ପାଇଁ ଯୋଗ୍ୟ ବୋଲି ମତ ପ୍ରକାଶ ପାଇଥିଲା । ଅନ୍ୟ ପକ୍ଷରେ ଗୋବିନ୍ଦପୁର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରୁ ତରାଗୋ ୩କିମି ଏବଂ ସୁନାଗଢିଆ, ଚାରିଘରିଆ ୪କିମି, ଗଭିଗଢିଆ, ପଙ୍ଗୀରା ୫ କିମି ଦୂରରେ ଅବସ୍ଥିତ ହୋଇଥିବାରୁ ଲୋକ ମାନେ ବିଭିନ୍ନ କାର୍ଯ୍ୟରେ ଗୋବିନ୍ଦପୁର ପଂଚାୟତକୁ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ପ୍ରତି ମାସ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗ ମାନେ ଉକ୍ତ ପଂଚାୟତ ଅଫିସକୁ ଯାଇ ଭତା ଆଣିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏସବୁକୁ ସମସ୍ୟାକୁ ଦୃଷ୍ଟିରେ ରଖି ୭ଟି ୱାର୍ଡର ମଧ୍ୟସ୍ଥଳ ତରାଗୋକୁ ନୂତନ ଗ୍ରାମ ପଂଚାୟତ ମାନ୍ୟତା ଦେବା ପାଇଁ ବୈଠକରେ ଦାବୀ ହୋଇଥିଲା । ଏଥିନେଇ ଉପରୋକ୍ତ ୭ ୱାର୍ଡର ଲୋକ ମାନେ ବିଧାୟକ, ଜିଲାପାଳଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିବେ ବୋଲି ନିଷ୍ପତି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.