Home ଜିଲ୍ଲା ପରିକ୍ରମା ନୂତନ ଉନ୍ନତ ଅଭିଳାଷା ଓଡ଼ିଶା ଯୋଜନା, ତିହିଡ଼ି ବ୍ଲକରେ ତାଲିମ ନେଲେ ୧୨୦ ଯୁବତୀ

ନୂତନ ଉନ୍ନତ ଅଭିଳାଷା ଓଡ଼ିଶା ଯୋଜନା, ତିହିଡ଼ି ବ୍ଲକରେ ତାଲିମ ନେଲେ ୧୨୦ ଯୁବତୀ

5

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ନୂତନ ଉନ୍ନତ ଅଭିଳାଷା ଓଡ଼ିଶା ଯୋଜନା ମାଧ୍ୟମରେ ସ୍କିଲ କନେକ୍ଟ ଦ୍ୱାରା ବିଭିନ୍ନ ଅଂଚଳରେ ଥିବା ଆର୍ଥିକ ଅନଗ୍ରସର ଯୁବତୀ ମାନଙ୍କ ପାଇଁ ନିଶ୍ଚିତ କର୍ମନିଯୁକ୍ତି ଲକ୍ଷ୍ୟରେ ମାଗଣା ତାଲିମ ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସୋମବାର ତିହିଡ଼ିରେ ଏକ ନିଯୁକ୍ତି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଡିଓ ନିରଂଜନ ବାରିକ ଯୋଗ ଦେଇ ବ୍ଲକର ବିଭିନ୍ନ ପଂଚାୟତରେ ଥିବା ଆର୍ଥିକ ଅନଗ୍ରସର ଯୁବତୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇ ସେମାନଙ୍କୁ ନିଶ୍ଚିତ କର୍ମନିଯୁକ୍ତି କରାଯିବାର ସରକାର ପ୍ରୟାସ କରିଛନ୍ତି ବୋଲି କହିଥିଲେ। ସ୍କିଲ କନେକ୍ଟର ରାଜ୍ୟ ପ୍ରୋଗ୍ରାମ ପରିଚାଳକ ବିଶ୍ୱରଂଜନ କର ଓ ବ୍ଲକ ଗ୍ରାମ ପଂଚାୟତ ଅଧିକାରୀ ପ୍ଳାବନ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସରକାରଙ୍କର ନିଯୁକ୍ତି ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଶିବିରରେ ବିଭିନ୍ନ ପଂଚାୟତରୁ ଯୋଗ ଦେଇଥିବା ୧୨୦ ଯୁବତୀଙ୍କୁ ସ୍କିଲ କନେକ୍ଟର ରିସୋର୍ସ ପର୍ସନ ମାନେ ତାଲିମ ପ୍ରଦାନ କରିଥିଲେ। ୧୦ମରୁ ଉର୍ଦ୍ଧ୍ୱ ଶିକ୍ଷାଗତ ଯୋଗ୍ୟତା ଥିବା ୧୮-୩୦ ବର୍ଷ ବୟସ ମଧ୍ୟରେ ଥିବା ଯୁବତୀମାନେ ଏହି ତାଲିମ ନେବେ। ସେମାନଙ୍କୁ ୯୦ଦିନ ତାଲିମ ଦିଆଯିବ। ତାଲିମ ସମୟରେ ପାଠ୍ୟ ଉପକରଣ ଓ ପୋଷାକ ଯୋଗାଇ ଦିଆଯିବା ସହ ମହାଗଣାରେ ରହିବା ଓ ଖାଇବା ବ୍ୟବସ୍ଥା ରହିଛି ବୋଲି ଶିବିରରେ ସୂଚନା ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.