Home ଜିଲ୍ଲା ପରିକ୍ରମା ନୂଆ ୧୨୪ ଆକ୍ରାନ୍ତ ଚିହ୍ନଟ, ନମୁନା ପରୀକ୍ଷା ୮୦ ହଜାର ଅତିକ୍ରମ କଲା

ନୂଆ ୧୨୪ ଆକ୍ରାନ୍ତ ଚିହ୍ନଟ, ନମୁନା ପରୀକ୍ଷା ୮୦ ହଜାର ଅତିକ୍ରମ କଲା

43

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲାରୁ ୧୨୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାର ନମୁନା ପରୀକ୍ଷା ସଂଖ୍ୟା ୮୦ହଜାର ଅତିକ୍ରମ କରି ମୋଟ ୮୦ହଜାର ୨୮୦ରେ ପହଞ୍ଚିଛି । ୧୨୪ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୪୯୭୦ ହୋଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ୪ହଜାର ଅତିକ୍ରମ କରି ୪୦୮୮ରେ ପହଞ୍ଚିଛି । ଏବେ ମୋଟ ୮୭୦ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ସୂଚନା ଅନୁଯାୟୀ ବାସୁଦେବପୁର ବ୍ଲକର ୩ଜଣ, ଭଦ୍ରକ ବ୍ଲକର ୨୦ଜଣ, ଭଦ୍ରକ ପୌରପାଳିକାର ୨୮ଜଣ, ବନ୍ତ ବ୍ଲକର ୩୩ଜଣ, ଭଣ୍ଡାରିପୋଖରୀ ବ୍ଲକର ୩ଜଣ, ଚାନ୍ଦବାଲି ବ୍ଲକର ଜଣେ, ଚାନ୍ଦବାଲି ଏନ୍‌ଏସିର ଜଣେ, ଧାମନଗର ବ୍ଲକର ୧୧ଜଣ, ତିହିଡି ବ୍ଲକର ୨୧ଜଣ ଏବଂ ଅନ୍ୟ ଜିଲ୍ଲାର ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.