Home ଜିଲ୍ଲା ପରିକ୍ରମା ନୂଆ ମୁଖ୍ୟ ଜିଲ୍ଲା ଡାକ୍ତରଖାନା ପରିଦର୍ଶନ କଲେ ଜିଲ୍ଲାପାଳ, ଧାର୍ଯ୍ୟ ସମୟ ମଧ୍ୟରେ ଅସମ୍ପୂର୍ଣ୍ଣ କାର୍ଯ୍ୟ...

ନୂଆ ମୁଖ୍ୟ ଜିଲ୍ଲା ଡାକ୍ତରଖାନା ପରିଦର୍ଶନ କଲେ ଜିଲ୍ଲାପାଳ, ଧାର୍ଯ୍ୟ ସମୟ ମଧ୍ୟରେ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତି ପାଇଁ ନିର୍ଦ୍ଦେଶ

44

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଖୁବ୍ ଅଳ୍ପ ଦିନ ମଧ୍ୟରେ ଉଦ୍‌ଘାଟିତ ହେବାକୁ ଯାଉଥିବା ଭଦ୍ରକ ଜିଲ୍ଲା ନୂଆ ମୁଖ୍ୟ ଡାକ୍ତରଖାନାକୁ ପରିଦର୍ଶନରେ ଯାଇ ଜିଲ୍ଲାପାଳ ଦିଲୀପ ରାଉତରାଏ ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟ ସବୁ ପର୍ଯ୍ୟବେକ୍ଷଣ କରିଥିଲେ । ପୂର୍ବରୁ ଜିଲ୍ଲାପାଳଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସମୟ ମଧ୍ୟରେ ସମ୍ପୂର୍ଣ୍ଣ ହୋଇ ପାରିନଥିବା କାରଣ ନେଇ ବିଭାଗୀୟ ଯନ୍ତ୍ରୀ, ଅଧିକାରୀମାନଙ୍କ ସହ ସମୀକ୍ଷା କରିଥିଲେ । କେତେକ କାମ ସେପ୍ଟେମ୍ବର ୨୦ ସୁଦ୍ଧା ଏବଂ ଅନ୍ୟ ସମସ୍ତ କାମ ଚଳିତ ମାସ ଶେଷ କାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଲଗାଯିବାକୁ ଥିବା ବିଭିନ୍ନ ସୂଚନା ଫଳକ, ସେଂଟ୍ରାଲ ଏ.ସି., ଆବଶ୍ୟକ ସମସ୍ତ ବୈଦ୍ୟୁତିକ ଉପକରଣ ସଂଲଗ୍ନିକ କାର୍ଯ୍ୟ, ଇଂଟରନେଟ୍ ସଂଯୋଗ, ପଞ୍ଜିକରଣ କାଉଂଟର, ସିକ୍ୟୁରିଟି କକ୍ଷ ପୃଥକିକରଣ, ଏକ୍ସରେ ୟୁନିଟ୍‌, ସିଟି ସ୍କାନ୍‌, ୟୁନିଟ୍ ପାଇଁ ବାକି ରହିଥିବା ଆନୁସଙ୍ଗିକ ବିଭିନ୍ନ କାର୍ଯ୍ୟ, ଫିଜିଓଥେରାପି ୟୁନିଟ୍‌ରେ ବାକିଥିବା କାର୍ଯ୍ୟ ସବୁ ଅତିବେଶୀରେ ସେପ୍ଟେମ୍ବର ୩୦ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ପ୍ରାୟ ସମସ୍ତ କାର୍ଯ୍ୟ ପୂର୍ତ ବିଭାଗ ଦ୍ୱାରା ହିଁ ସମ୍ପାଦିତ ହେବାର ଅଛି । ବାକିଥିବା ଅଧିକାଂଶ କାର୍ଯ୍ୟ ମୋଡ଼ିଫିକେସନ୍ ପର୍ଯ୍ୟାୟର ଅନ୍ତର୍ଭୁକ୍ତ । ଆଲୁମିନିଅମ୍ ପାର୍ଟିସନ୍‌, ରେଜିଷ୍ଟ୍ରେସନ ଡେସ୍କ, ଇଲେକ୍ଟ୍ରିକାଲ ପଏଂଟ, ଲିଡ଼୍‌କବାଟ, ଝରକା, ୱାସ ବେସିନ୍‌, ଗ୍ରିଲ, ଏସି, ଭେଂଟିଲେସନ ଝରକା ଇତ୍ୟାଦି ଲାଗିବା ଭଳି କାର୍ଯ୍ୟ ବାକିଥିବା ଜିଲ୍ଲାପାଳ ପର୍ଯ୍ୟବେକ୍ଷଣ କରିଥିଲେ । ପୂର୍ତ ବିଭାଗର ଅଧୀକ୍ଷକ ଯନ୍ତ୍ରୀ ଦୀପକ କୁମାର ପାଣିଗ୍ରାହୀ, ଏନ୍‌.ଏଚ୍‌.ଏମ୍‌.ର ଯନ୍ତ୍ରୀ ଜନ୍ମେଜୟ ଜେନା, ଡି.ପି.ଏମ୍‌. ମୁଖ୍ୟ ଚିକିତ୍ସାଳୟ ସରିତା ମହାପାତ୍ର, ଭାରପ୍ରାପ୍ତ ସି.ଡ଼ି.ଏମ୍‌.ଓ. ଡା. ସୁଧୀର ରଞ୍ଜନ ନାୟକ, ବିଭାଗୀୟ ଡାକ୍ତର ଓ କର୍ମଚାରୀମାନେ ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.