Home ଜିଲ୍ଲା ପରିକ୍ରମା ନୂଆ ବହିର ବାସ୍ନା ସମସ୍ତଙ୍କ ତନୁମନକୁ ଶିହରିତ କରେ, ଲେଖକ ଦମ୍ପ୍‌ତିଙ୍କ ’ଛଳପୁରୁଷ’ ଓ ’ଆଦିମ...

ନୂଆ ବହିର ବାସ୍ନା ସମସ୍ତଙ୍କ ତନୁମନକୁ ଶିହରିତ କରେ, ଲେଖକ ଦମ୍ପ୍‌ତିଙ୍କ \’ଛଳପୁରୁଷ\’ ଓ \’ଆଦିମ ଇଶ୍ୱରୀ\’ ଲୋକାର୍ପିତ

13

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଛଳପୁରୁଷଙ୍କ ଐଶ୍ୱରୀୟ ପ୍ରେରଣାରେ ଲେଖାଯାଉଥିବା କବିତା ହୃଦୟକୁ ଛୁଏଁ । ସୃଜନର ଆଦିମ ଇଶ୍ୱରୀ ନାୟିକା ସାଜି ଲେଖକଟିକୁ କେବେ ପୁଣି ଗଳ୍ପଟିଏ ଲେଖିବାକୁ ବାଧ୍ୟ କରିଥାନ୍ତି । ନୂଆ ବହିର ନିଆରା ବାସ୍ନା ପାଠକ ତଥା ସଭିଙ୍କ ତନୁମନକୁ ଶିହରିତ କରିଥାଏ ବୋଲି ପ୍ରାଚୀନଗରସ୍ଥିତ ପ୍ରେମନଗର ଠାରେ \’ପ୍ରେମପୃଥିବୀ\’ ଆୟୋଜିତ ଅପାରଂପରିକ ସାରସ୍ୱତ ବନ୍ଧୁମିଳନ ଓ ନୂଆବହିର ବାସ୍ନା କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି । ଏହି ଅବସରରେ କବିତା-କଥାର ଯୁଗଳବନ୍ଦୀ ସୁଚିତ୍ରା ପାଣିଗ୍ରାହୀଙ୍କ ଅଗ୍ରଦୂତ ପ୍ରକାଶିତ କବିତା ସଂକଳନ \’ଛଳପୁରୁଷ\’ ଏବଂ ନବଲିପି ପ୍ରକାଶଧାରା ପ୍ରକାଶିତ ପବିତ୍ର ପାଣିଗ୍ରାହୀଙ୍କ ଗଳ୍ପପୁସ୍ତକ \’ଆଦିମ ଇଶ୍ୱରୀ\’ ପାଠକାର୍ପିତ ହୋଇଥିଲା । \’ଶିବାନୀ\’ର ସଂପାଦକ ପୂର୍ଣ୍ଣଚନ୍ଦ୍ର ବହଳୀଙ୍କ ପୌରାହିତ୍ୟରେ ଅନୁଷ୍ଠିତ ବନ୍ଧୁମିଳନରେ କୈଳାଶ ଚନ୍ଦ୍ର ପଣ୍ଡା ସ୍ୱାଗତ ସମ୍ଭାଷଣ, କିଶୋର ପାଣିଗ୍ରାହୀ ଓ ଡ. ମମତା ସାହୁ ପୁସ୍ତକ ସମ୍ପର୍କରେ ସୂଚନା ଏବଂ ସୁଚିତ୍ରା ପାଣିଗ୍ରାହୀ ଲେଖକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । ବରେଣ୍ୟ ଅତିଥି ଶୈଳେନ୍ଦ୍ର ମହାପାତ୍ର, ଡ. ବ୍ରଜମୋହନ ମିଶ୍ର, ହୃଦାନନ୍ଦ ପାଣିଗ୍ରାହୀ, ବାସୁଦେବ ବାରିକ, ଅଜୟ ନାୟକ ଓ ଅଶୋକ କୁମାର ଜେନା ପ୍ରମୁଖ ଲେଖକ ଦମ୍ପତିଙ୍କୁ ଆର୍ଶିବଚନରେ ଶୁଭେଚ୍ଛା ଜଣାଇଥିଲେ । ପ୍ରାରମ୍ଭରେ ବୈକୁଣ୍ଠନାଥ ବିଶ୍ୱାଳ ଆଦ୍ୟ ସୂଚନା ରଖିଥିଲା ବେଳେ \’ଶୁଭପଲ୍ଲବ\’ର ସମ୍ପାଦକ ସଂଗ୍ରାମ କେଶରୀ ସେନାପତି କାର୍ଯ୍ୟକ୍ରମର ଶେଷସ୍ପର୍ଶ ଦେଇଥିଲେ । ଅନ୍ତର୍ଯାମି ମହାରଣା, ପତିପତାବନ ପାଣି ଓ ଅବିନାଶ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସାହାଯ୍ୟ କରିଥିଲେ । ଏହି ଭିନ୍ନରୁଚିର କାର୍ଯ୍ୟକ୍ରମରେ ଭଦ୍ରକର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ ଓ ସାମ୍ବାଦିକ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.