Home Top News ନୂଆ ଜାତୀୟ ଶିକ୍ଷା ନୀତିକୁ ଲାଗୁ କରିବାରେ କର୍ଣ୍ଣାଟକ ପ୍ରଥମ ରାଜ୍ୟ – ଧର୍ମେନ୍ଦ୍ର ପ୍ରଧାନ

ନୂଆ ଜାତୀୟ ଶିକ୍ଷା ନୀତିକୁ ଲାଗୁ କରିବାରେ କର୍ଣ୍ଣାଟକ ପ୍ରଥମ ରାଜ୍ୟ – ଧର୍ମେନ୍ଦ୍ର ପ୍ରଧାନ

130

କର୍ଣ୍ଣାଟକରେ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

– ନୂଆ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ, ଉଚ୍ଚ ଶିକ୍ଷା ମନ୍ତ୍ରୀ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ, ନୂତନ ଶିକ୍ଷା ନୀତିର ଚିଠା ପ୍ରସ୍ତୁତକାରୀ ଏବଂ ସମସ୍ତ ଅଂଶୀଦାରଙ୍କୁ ଧନ୍ୟବାଦ ଜଣାଇଲେ
– ଏନ୍‌ଇପି ଲାଗୁ କରି ଅନ୍ୟ ରାଜ୍ୟ ଗୁଡିକ ପାଇଁ ଉଦାହରଣ ତିଆରି କଲା କର୍ଣ୍ଣାଟକ
– କର୍ଣ୍ଣାଟକ ସରକାର ଜାତୀୟ ଶିକ୍ଷା ନୀତିକୁ କନ୍ନଡ ଭାଷାରେ ଅନୁବାଦ କରିବା ସହ ଟ୍ୟାସ୍କ ଫୋର୍ସ ଗଠନ କରିଛନ୍ତି
– ଶିକ୍ଷା ନୀତିର କାର୍ଯ୍ୟକାରିତା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି
– ଜାତୀୟ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀର ଆକାଂକ୍ଷାକୁ ପୂରଣ କରିବ
– ଆଜିର ୩ ରୁ ୨୩ ବର୍ଷ ବୟସର ଛାତ୍ରଛାତ୍ରୀମାନେ ହେବେ ଅଧିକ ଲାଭବାନ
– ଏନଇପି ଭାରତକୁ ବିଶ୍ୱରେ ପୁନଃ ରୂପ ଦେବ

ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୨୩ (ଓଡ଼ିଆ ପୁଅ) – ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକ ନୂଆ ଜାତୀୟ ଶିକ୍ଷା ନୀତି (ଏନଇପି-୨୦୨୦)କୁ ଲାଗୁ କରି ଅନ୍ୟ ରାଜ୍ୟ ଗୁଡିକ ପାଇଁ ଉଦାହରଣ ତିଆରି କରିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସୋମବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଡା. ଅଶ୍ୱଥ ନାରାୟଣ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ବି.ସି ନଗେଶ, ନୂତନ ଶିକ୍ଷା ନୀତିର ଚିଠା ପ୍ରସ୍ତାବ ପ୍ରସ୍ତୁତକାରୀ ପଦ୍ମବିଭୂଷଣ ଡ଼ା. କେ କସ୍ତୁରିରଙ୍ଗନଙ୍କ ସହ କର୍ଣ୍ଣାଟକରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟାନ୍ୱୟନର ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି କର୍ଣ୍ଣାଟକ ନୂଆ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରି ରାଜ୍ୟର ଶିକ୍ଷା ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିବା ଦିଗରେ ବଡ଼ ପଦକ୍ଷେପ ନେଇଛି। ରାଜ୍ୟର ମାତୃଭାଷା କନ୍ନଡ଼ରେ ଜାତୀୟ ଶିକ୍ଷା ନୀତିର ଅନୁବାଦ ଠାରୁ ଆରମ୍ଭ କରି ଏଥିପାଇଁ ଏକ ଟ୍ୟାସ୍କ ଫୋର୍ସ ଗଠନ କରିବା ଏବଂ ଏହାର କାର୍ଯ୍ୟକାରିତା ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘ ୩୪ ବର୍ଷ ପରେ ଅଣାଯାଇଥିବା ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତି-୨୦୨୦କୁ କାର୍ଯ୍ୟକାରୀ କରିବାରେ କର୍ଣ୍ଣାଟକ ଭାରତର ପ୍ରଥମ ରାଜ୍ୟ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛି।

ନୂଆ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ, ନୂତନ ଶିକ୍ଷା ନୀତିର ଚିଠା ପ୍ରସ୍ତାବ ପ୍ରସ୍ତୁତକାରୀ ଏବଂ ସମସ୍ତ ଅଂଶୀଦାର ଥିବା ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କର୍ଣ୍ଣାଟକ ଜାତୀୟ ଶିକ୍ଷା ନୀତି ଲାଗୁ କରି ଅନ୍ୟ ରାଜ୍ୟ ଗୁଡ଼ିକ ଅନୁସରଣ କରିବା ଦିଗରେ ଉଦାହରଣ ତିଆରି କରିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପରିକଳ୍ପିତ ଜାତୀୟ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀର ଆକାଂକ୍ଷାକୁ ପୂରଣ କରିବା କରିବା ଦିଗରେ ଏକ ଉଦାହରଣ ସୃଷ୍ଟି କରିବ। ଭାରତକୁ ଜ୍ଞାନର ଅର୍ଥନୀତି ଭାବେ ପରିଗଣିତ କରିବା ସହ ବୈଶ୍ୱିକ ନାଗରିକଙ୍କୁ ସୃଷ୍ଟି କରିବା ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବ।

ଆଜିର ପିଢ଼ି ଯେଉଁମାନେ ୩ ରୁ ୨୩ ବର୍ଷ ବୟସରେ ଅଛନ୍ତି ସେମାନେ ରାଷ୍ଟ୍ରୀୟ ଶିକ୍ଷା ନୀତିର ଅଧିକ ଲାଭ ପାଇବେ ଏବଂ ଆଗାମୀ ଦିନରେ ଦେଶର ଭବିଷ୍ୟତ ଗଢ଼ିବେ। ନୂଆ ଶିକ୍ଷା ନୀତିରେ ଦେଶରେ ବଢୁଥିବା ଜନସଂଖ୍ୟାକୁ ଯଥାଶୀଘ୍ର ଅନ୍ତର୍ଭୃକ୍ତ କରିବା ଆମ ପାଇଁ ଏକ ଆହ୍ୱାନ। ଭାରତର ରାଷ୍ଟ୍ରୀୟ ଶିକ୍ଷା ନୀତି ଢାଂଚାଗତ ନୀତି, କ୍ରିୟାନ୍ୱୟନ ରଣନୀତି ଏବଂ ମାନବ ସମାଜରେ ଏହାର ଭୂମିକା ନିଶ୍ଚିତ ଭାବରେ ବୈଶ୍ୱିକ ନୀତି ପ୍ରଣୟନକାରୀଙ୍କ ପାଇଁ ଏକ ଉଦାହରଣ ତିଆରି ହେବ। ଏନଇପି ଭାରତକୁ ବିଶ୍ୱରେ ପୁନଃ ରୂପ ଦେବ। ଭାରତକୁ ଏକ ସୁଦୃଢ ଜ୍ଞାନର ଅର୍ଥନୀତି ଭାବରେ ରାଷ୍ଟ୍ରୀୟ ଆକାଂକ୍ଷାକୁ ପୂରଣ କରିବାରେ ସାମୂହିକ ଉଦ୍ୟମ କରିବାକୁ ହେବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.