Home ଜିଲ୍ଲା ପରିକ୍ରମା ନୂଆବର୍ଷ ପାଇଁ ଆଖଣ୍ଡଳମଣି ପୀଠରେ ପ୍ରସ୍ତୁତି ଚୂଡାନ୍ତ, ଲକ୍ଷାଧିକ ଭକ୍ତଙ୍କ ସମାଗମ ଆଶଙ୍କା, ଦର୍ଶନ ପାଇଁ...

ନୂଆବର୍ଷ ପାଇଁ ଆଖଣ୍ଡଳମଣି ପୀଠରେ ପ୍ରସ୍ତୁତି ଚୂଡାନ୍ତ, ଲକ୍ଷାଧିକ ଭକ୍ତଙ୍କ ସମାଗମ ଆଶଙ୍କା, ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା

17

ଭଦ୍ରକ ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇଂରାଜୀ ନବବର୍ଷ ଉପଲକ୍ଷେ ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ୍ୱ୍ୟାପକ ବ୍ୟବସ୍ଥା କରାଯାଉଛି। ବିଶେଷକରି ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ଼ ବ୍ୟବସ୍ଥା ସହ ମନ୍ଦିର ଭିତରେ ଓ ବାହାରେ ଉଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଉଛି। ସେହିପରି ପୀଠର ପ୍ରବେଶ ପଥ ସହ ବାଇପାସ୍ ରାସ୍ତା, ବସଷ୍ଟାଣ୍ଡ ଆଦି ସ୍ଥାନରେ ଟ୍ରାଫିକ ବ୍ୟବସ୍ଥା କରାଯିବ। ତାହାସହ ମନ୍ଦିର ଭିତରେ ଓ ବାହାରେ ପୁଲିସ ମୃତ୍ୟୟନ ରହିବେ। ଜଳପଥରେ ଆସୁଥିବା ଭକ୍ତମାନଙ୍କ ସୁରକ୍ଷା ନିମନ୍ତେ ବୈତରଣୀ ଓ ସାଳନ୍ଦୀ ନଦୀର ମୁଁଆଘାଟ, ତିନିତର ଘାଟ ଓ ଧାନଖଣିଆ ଘାଟରେ ଅଧିକ ସଂଖ୍ୟକ ମଟର ଚାଳିତ ବୋଟ ନିୟୋଜିତ ରହିବା ସହ ଅଗ୍ନିଶମ ବାହିନୀ ଓ ପୁଲିସ ମୁତୟନ ରହିବେ। ଏଥିପାଇଁ ପୀଠରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.