Home ଜିଲ୍ଲା ପରିକ୍ରମା ନୂଆପୁର ପଞ୍ଚାୟତରେ ବନ୍ଧୁ ମିଳନ ଓ ମିଶ୍ରଣ ପର୍ବ

ନୂଆପୁର ପଞ୍ଚାୟତରେ ବନ୍ଧୁ ମିଳନ ଓ ମିଶ୍ରଣ ପର୍ବ

38

ବାହାନଗା,୧୭ା୧ (ଭାରତୀ ଦାସ / ଓଡ଼ିଆ ପୁଅ): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ନୂଆପୁର ପଞ୍ଚାୟତରେ କାର୍ତ୍ତିକ ଚନ୍ଦ୍ର ବିଶ୍ୱାଳ ଙ୍କ ବାସଭବନ ଅଗଣା ପରିସରରେ ବିଜୁଜନତା ଦଳ ପକ୍ଷରୁ ପୂର୍ବତନ ଅଧ୍ୟାପକ ଉଦୟନରୋୟଣ ମହାପାତ୍ରଙ୍କ ପୌରହିତ୍ୟରେ ଏକ ବନ୍ଧୁ ମିଳନ ଓ ମିଶ୍ରଣ ପର୍ବ ପର୍ବ ଅନୁଷ୍ଠିତ ହୋଇ ଯାଇଛି । । ମୁଖ୍ୟ ଅତିଥି ଭାବେ ସୋର ବିଧାୟକ ପର୍ଶୁରାମ ଧଡ଼ା ଯୋଗ ଦେଇ ସରକାରଙ୍କର ଯୋଜନା ବାବଦରେ ଅବଗତ କରାଇବା ସହ ବିଭିନ୍ନ ଜନାଭିମୁଖି କାର‌୍ୟ୍ୟର ବାବଦର ବକ୍ତବ୍ୟ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଦଳୀୟ ପୂର୍ବତନ ସରପଞ୍ଚ ଓ ଏହି କାର‌୍ୟ୍ୟକ୍ରମର ଆୟୋଜକ ନୀଳାମ୍ବର ମହାଳିକ, ମହିଳା ନେତ୍ରୀ ସବିତା ଅଗସ୍ତି, ଶିକ୍ଷାବିତ ଓ କର୍ମୀ ପ୍ରଭାକର ମିଶ୍ର , ପଞ୍ଚାୟତ ଦଳୀୟ ସଭାପତି ସୁଦର୍ଶନ ମଳିକ, ମହେଶ୍ୱର ବେହେରା, ଯୁବ ନେତା ମହେନ୍ଦ୍ର ମହାକୁଡ଼, କଲ୍ୟାଣୀ ପଞ୍ଚାୟତ ନାଏବ ସରପଞ୍ଚ ସୁଚିସ୍ମିତା ଜେନା, ପର୍ଶୁରାମ ଦାସ, ଆଇନଜୀବୀ ପ୍ରତାପ ଜେନା, ପଞ୍ଚାୟତର ସମିତି ସଭ୍ୟ ପ୍ରର୍ଥୀନୀ ମଞ୍ଜୁଲତା ମହାଳିକ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । ମିଶ୍ରଣ ପର୍ବରେ ଅନ୍ୟ ଦଳର ୩ଜଣ ୱର୍ଡ଼ ମେମ୍ବର‌ଙ୍କ ସହ ବହୁ କର୍ମୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ପ୍ରଭାବିତ ହୋଇ ଏଥିରେ ସାମିଲ ହୋଇ ଥିଲେ । ଉପସ୍ଥିତ ବିଧାୟକ ଓ ଅତିଥି ତାଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ । ଶେଷରେ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରି ଥିଲେ । କାର‌୍ୟ୍ୟକ୍ରମକୁ ପଞ୍ଚାୟତର ବହୁ ଯୁବ ଦଳୀୟ କର୍ମୀ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର‌୍ୟ୍ୟକ୍ରମରେ ଦେଢ ହଜାରରୁ ଉର୍ଦ୍ଧ ଦଳୀୟ କର୍ମୀ ଓ ପଞ୍ଚାୟତ ବାସୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.