Home ଓଡ଼ିଶା ନୂଆପଡା ଯୁବକଙ୍କ ମୃତ ଶରୀର ଉଦ୍ଧାର: ଗଳା କାଟି ହତ୍ୟା ସନ୍ଦେହ

ନୂଆପଡା ଯୁବକଙ୍କ ମୃତ ଶରୀର ଉଦ୍ଧାର: ଗଳା କାଟି ହତ୍ୟା ସନ୍ଦେହ

805

ନୂଆପଡା -୧୮/୦୪-(ଓଡ଼ିଆ ପୁଅ /ନନ୍ଦିଘୋଷ ଖମାରୀ )ନୂଆପଡା ଜିଲ୍ଲା ଧରମବନ୍ଧା ପଞ୍ଚାୟତର ଶିଶୁ ମନ୍ଦିର ପଛ ପଟେ ଆଜି ସକାଳୁ ଏକ ଯୁବକଙ୍କ ଶବ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁସାରେ ଶବଟି ଧରମବନ୍ଧା ଗାଁର କିଶୋର ସାହୁ ୨୫ଙ୍କ ବୋଲି ଜଣାପଡିଛି। କିଶୋରଙ୍କ ଗଳାରେ କଟା କ୍ଷତ ଚି଼ହ୍ନ ଥିବାରୁ ତାଙ୍କୁ ଗଳା କାଟି କେହି ହତ୍ୟା କରିଥିବା ସନ୍ଦେହ ହେଉଛି। କିଶୋର ନୂଆପଡା ସ୍ଥିତ ଆଶା ଓଡିଶା ନାମକ ଏକ ସଂସ୍ଥାରେ ଏକାଉଣ୍ଟ ବିଭାଗରେ କାମ କରୁଥିବା ବେଳେ ତାଙ୍କ ବାପା ଯମୁନା ପ୍ରସାଦ ସାହୁ ଏକ ସାଧାରଣ କୃଷକ ଭାବେ ନିଜ ଜୀବିକା ନିର୍ବାହ କରନ୍ତି। ଖବର ପାଇ ଧରମବନ୍ଧା ଥାନା ଅଧିକାରୀ ଦିଲ୍ଲୀପ କୁମାର ଲାକ୍ରା ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଘଟଣାର ତଦନ୍ତ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.