Home ଜିଲ୍ଲା ପରିକ୍ରମା ନୂଆନନ୍ଦ ସରପଞ୍ଚଙ୍କ ବିରୁଦ୍ଧରେ ପରକ୍ରିୟା ପ୍ରୀତି ଅଭିଯୋଗ ଆଣିଲେ ସ୍ତ୍ରୀ ; ସର୍ବସମ୍ମୁଖରେ ଘୋଷାରି ଘୋଷାରି...

ନୂଆନନ୍ଦ ସରପଞ୍ଚଙ୍କ ବିରୁଦ୍ଧରେ ପରକ୍ରିୟା ପ୍ରୀତି ଅଭିଯୋଗ ଆଣିଲେ ସ୍ତ୍ରୀ ; ସର୍ବସମ୍ମୁଖରେ ଘୋଷାରି ଘୋଷାରି ଚାପୁଡା ମାଡ

144

ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରପଞ୍ଚଙ୍କ ବିରୁଦ୍ଧରେ ପରକ୍ରିୟା ପ୍ରୀତି ଅଭିଯୋଗ ଆଣିଲେ ସ୍ତ୍ରୀ, ଖାଲି ଅଭିଯୋଗ ନୁହେଁ ଏଥିପାଇଁ ସର୍ବସମ୍ମୁଖରେ ସ୍ତ୍ରୀ ଠାରୁ ଚାପୁଡା ଖାଇବା ସହ ବେଶ୍ ହଟହଟା ହେବାକୁ ପଡିଛି ସରପଞ୍ଚଙ୍କୁ ଘଟଣା ଯାଇ ଟାଉନ୍ ଥାନାରେ ପହଞ୍ôଚଛି । ଭଦ୍ରକ ସହରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭଦ୍ରକ ସହରର କୁଆଁସ ଠାରେ ଭଡା ଘରେ ରହୁଥିବା ଜନୈକ ମହିଳାଙ୍କ ଘରେ । ମହିଳାଙ୍କ ସହ ସ୍ୱାମୀଙ୍କର ଅନୈତିକ ସଂପର୍କ ଥିବା ସନ୍ଦେହ କରୁଥିଲେ । ସ୍ତ୍ରୀ । ସ୍ୱାମୀ ହେଉଛନ୍ତି ଭଦ୍ରକ ଜିଲା ତିହିଡି ଥାନା ନୂଆନନ୍ଦ ପଂଚାୟତର ସରପଞ୍ଚ ସୁଶାନ୍ତ ମଳିକ । ସେ ୧୯୯୭ ମସିହାରେ ନିରୁପମାଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କ ସ୍ତ୍ରୀ ମଧ୍ୟ ପୂର୍ବରୁ ସମିତିସଭ୍ୟ ଥିଲେ । ବାହାରେ କାମ ଅଛି କହି ଘରକୁ ଯାଉନଥିଲେ ସରପଞ୍ଚ ବାବୁ । କିନ୍ତୁ ଅନ୍ୟ ମହିଳାଙ୍କ ଘରେ ରହୁଥିବା ଖବର ପାଇଥିଲେ ସ୍ତ୍ରୀ । ସନ୍ଧ୍ୟାବେଳୁ ଆସି ଟାଉନ୍ ଥାନା ନିକଟ କୁଆଁସ ଠାରେ ଜଗି ରହିଥିଲେ । ସ୍ୱାମୀଙ୍କୁ ଘରକୁ ଆସିବେ କି ନାହିଁ ପଚାରିବାରୁ ସେ ଯିବେନାହିଁ ବୋଲି କହିଥିଲେ । ପରେ କିନ୍ତୁ ଅନ୍ୟ ମହିଳାଙ୍କ ଘରକୁ ଯାଇଥିଲେ । ସ୍ତ୍ରୀ ସଂଗେ ସଂଗେ ଯାଇ ଗର ଭିତରକୁ ଯାଇଥିଲେ । ଦୀର୍ଘ ସମୟ ପରେ ସ୍ୱାମୀଙ୍କୁ ଘୋଷାରି ଘୋଷାରି ବାହାରକୁ ଆଣିବା ସହ ଉତ୍ତ୍ୟକ୍ତ ହୋଇ ମାଡ ମାରିଥିଲେ ସ୍ତ୍ରୀ ନିରୁପମା । ସ୍ୱାମୀଙ୍କୁ ଡାକିବାବେଳେ ଘର ଭିତରେ ଉଭୟ ସ୍ୱାମୀ ଓ ଜନୈକ ମହିଳା ମାଡ ମାରିଥିବା ନେଇ ଅଭିଯୋଗ କଲେ ନିରୁପମା । ପରେ ସ୍ଥାନୀୟ ଲୋକେ ଟାଉନ୍ ଥାନାକୁ ଖବର ଦେଇଥିଲେ । ପୁଲିସ୍ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କୁ ଥାନାକୁ ଆଣିଛି । ପରେ ସ୍ତ୍ରୀ ନିରୁପମା ସ୍ୱାମୀ ଓ ଜନୈକ ସ୍ତ୍ରୀ ଲୋକ ନାଁରେ ଥାନାରେ ଲିଖିତ ଏତଲା ଦେଇଛନ୍ତି । ଏ ନେଇ ଟାଉନ୍ ପୁଲିସ୍ ସ୍ୱାମୀଙ୍କୁ ଥାନାରେ ଅଟକ ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.