ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ନୂଆନନ୍ଦ କଂଟିମଙ୍ଗଳା ପାଟୁଆ ଶୋଭାଯାତ୍ରା ଆସୁଥିବା ବେଳେ ଡିଜେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨ ଯୁବକଙ୍କର ଜୀବନ ଯାଇଥିଲା। ଏହି ଘଟଣାରେ ଗ୍ରାମରେ ଡିଜେ ବାଜିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଶୋଭାଯାତ୍ରା ବେଳେ ଡିଜେ ପାଇଁ ପ୍ରାଣହାନୀ ଘଟିଥିବା ଘଟଣାରେ ପୁଲିସ ପକ୍ଷରୁ ଏଏସଆଇ ଲକ୍ଷ୍ମଣ ମାରାଣ୍ଡି ଏତଲା ମୂଳେ ୧୪୨/୨୫ ମକଦ୍ଦମା ରୁଜୁ କରାଯାଇ ହାଟୁଆରୀ ଗ୍ରାମର ରଜତ କୁମାର ମହାଳିକ (୨୫) ଓ ପାଗଳ ମହାଳିକ (୨୫)ଙ୍କୁ ପୁଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ ଯେ, ପଣାସଂକ୍ରାନ୍ତି ସୋମବାର ରାତିରେ ହାଟୁଆରୀ ଗ୍ରାମରୁ ଡିଜେ ବଜାଇ ପାଟୁଆ ଶୋଭାଯାତ୍ରା ଆସୁଥିଲା। ହାଟୁଆରୀ ଛକ ନିକଟରେ ଡିଜେ ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ଶୋଭାଯାତ୍ରାରେ ଯାଉଥିବା ୯ଜଣ ପୁରୁଷ ଓ ମହିଳା ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇଥିଲା। ସେମାନଙ୍କ ମଧ୍ୟରୁ ହାଟୁଆରି ଗ୍ରାମର ମାନସ ମଲିକ(୩୨) ଏବଂ ଆରସା ଗ୍ରାମର ଶରତ ମହାଳିକ (୩୨)ଙ୍କୁ ମୃତ୍ୟବା ହାଟୁଆରି ଗ୍ରାମର ମାନସ ମଲିକ(୩୨) ଏବଂ ଆରସା ଗ୍ରାମର ଶରତ ମହାଳିକ (୩୨)ଙ୍କର ଜୀବନ ଚାଲି ଯାଇଥିଲା। ପାଟୁଆ କମିଟିର ମୁଖ୍ୟଙ୍କ କଥାକୁ ନମାନି ଡିଜେ ଆଣି ଶୋଭାଯାତ୍ରା କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି।








