Home ଜିଲ୍ଲା ପରିକ୍ରମା ନୂଆଦିଲ୍ଲୀରେ ପାରମ୍ପରିକ ଔଷଧ ଉପରେ ଦ୍ୱିତୀୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ବିଶ୍ୱସ୍ତରୀୟ ସମ୍ମିଳନୀ ସହ-ଆୟୋଜନ...

ନୂଆଦିଲ୍ଲୀରେ ପାରମ୍ପରିକ ଔଷଧ ଉପରେ ଦ୍ୱିତୀୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ବିଶ୍ୱସ୍ତରୀୟ ସମ୍ମିଳନୀ ସହ-ଆୟୋଜନ କରିବ ଭାରତ, ଭଦ୍ରକ ଆଂଚଳିକ ଗବେଷଣା ପ୍ରତିଷ୍ଠାନ ୟୁନାନୀ ଔଷଧ (ଆରଆରଆଇୟୁଏମ୍‌) ର ସାମ୍ବାଦିକ ସମ୍ମିଳନୀ

19

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ସହଯୋଗରେ ଆସନ୍ତା ୧୭ ରୁ ୧୯ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଦ୍ୱିତୀୟ ହୁ ବିଶ୍ୱସ୍ତରୀୟ ସମ୍ମିଳନୀ ସହ-ଆୟୋଜନ କରିବ। ଏହି ସମ୍ମିଳନୀ ପାରମ୍ପରିକ ଔଷଧରେ ନବସୃଜନ, ପ୍ରମାଣ-ଆଧାରିତ ଅଭ୍ୟାସ ଏବଂ ଭବିଷ୍ୟତ ରଣନୀତି ଉପରେ ବିଚାର-ବିମର୍ଶ କରିବା ପାଇଁ ବିଶ୍ୱ ନେତା, ନୀତି ନିର୍ଦ୍ଧାରକ, ଗବେଷକ ଏବଂ ବିଶେଷଜ୍ଞଙ୍କୁ ଏକତ୍ର କରିବ। ଏହି ବିଶ୍ୱସ୍ତରୀୟ ସମ୍ମିଳନୀ ପାଳନ କରିବା ପାଇଁ ଆୟୁଷ ମନ୍ତ୍ରଣାଳୟର ଅଧୀନରେ ଥିବା ଭଦ୍ରକର ଆଂଚଳିକ ଗବେଷଣା ପ୍ରତିଷ୍ଠାନ ୟୁନାନି ଔଷଧ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଗବେଷଣା ଅଧିକାରୀ ଡକ୍ଟର ଅଖତର ହୁସେନ ଜମାଲି ସ୍ୱାଗତ ଭାଷଣ ଦେଇଥିବାବେଳେ ଗବେଷଣା ଅଧିକାରୀ ଡକ୍ଟର କିଶୋର କୁମାର , ଅନୁସନ୍ଧାନ ଅଧିକାରୀ ଡ. ମହମ୍ମଦ ମୁଦାସି ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ପ୍ରମାଣ ଆଧାରିତ ପାରମ୍ପରିକ ଔଷଧକୁ ଆଗକୁ ବଢାଇବାରେ ଭାରତର ଭୂମିକା ଉପରେ ଆଲୋକପାତ କରିବେ ବୋଲି ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ। ବିଶେଷକରି ପିଆଇବି ଭୁବନେଶ୍ୱରର ସହକାରୀ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା ଏହି ସାମ୍ବାଦିକ ସମ୍ମିଳନୀରେ ବିଶ୍ୱସ୍ତରରେ ପାରମ୍ପରିକ ଔଷଧକୁ ପ୍ରୋତ୍ସାହିତ କରିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ଏ ଦିଗରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହଯୋଗ ଲୋଡିଥିଲେ। ଏବଂ ୟୁନାନୀ ଗବେଷଣାକୁ ସୁଦୃଢ କରିବା ଏବଂ ବିଶ୍ୱ ପାରମ୍ପରିକ ଔଷଧ ପଦକ୍ଷେପରେ ଯୋଗଦାନ ଦେବା ପାଇଁ ତାର ପ୍ରତିବଦ୍ଧତାକୁ ପୁନସ୍ଥାପିତ କରିବା ବିଶ୍ୱସ୍ତରୀୟ ସମ୍ମିଳନୀର ମୂଳ ଲକ୍ଷ୍ୟ ବୋଲି ସୂଚାଇଥିଲେ। ଏହି ଅବସରରେ ଡ. କିଶୋର କୁମାରଙ୍କୁ ଏକ ବୃକ୍ଷ ଉପହାର ଦିଆଯାଇଥିଲା। ଏହି ସମ୍ମିଳନୀ ଶେଷରେ ଭଦ୍ରକ ଆଂଚଳିକ ଗବେଷଣା ପ୍ରତିଷ୍ଠାନ ୟୁନାନୀର ଷ୍ଟେନୋ ସାଖବତ ଅଲୀ ଖାନ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.