Home କେନ୍ଦ୍ରାପଡ଼ା ନୂଆଗାଁ ପ୍ରାଥମିକ କୃଷି ସମବାୟ ସମିତିରେ ଦୁର୍ନୀତି ଅଭିଯୋଗ

ନୂଆଗାଁ ପ୍ରାଥମିକ କୃଷି ସମବାୟ ସମିତିରେ ଦୁର୍ନୀତି ଅଭିଯୋଗ

67

କେନ୍ଦ୍ରାପଡ଼ା ୨୭ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ନୂଆଗାଁ ପ୍ରାଥମିକ କୃଷି ସମବାୟ ସମିତିରେ ବ୍ୟାପକ ଦୁର୍ନୀତି, ଜାଲିଆତି ଓ ବେଆଇନ କାର୍ଯ୍ୟ ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ବୁଧବାର ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ଆଳି ବ୍ଲକର ପ୍ରାଥମିକ କୃଷି ସମବାୟ ସମିତିର ଅଧିକୃତ ଅଧିକାରୀ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ସ୍ୱାଇଁ ବିନା ବିଜ୍ଞାପନରେ ଏକାଧିକ ଷ୍ଟାଫଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି। ଏପରିକି ଗୋଟିଏ ପଦ ନିମନ୍ତେ ୨ଜଣକୁ ନିଯୁକ୍ତି ପ୍ରଦାନ କରାଯାଇଛି। ସେମାନଙ୍କ ମାସିକ ଦରମା ପ୍ରାୟ ଏକଲକ୍ଷ ୫୦ହଜାର ଟଙ୍କାରୁ ଅଧିକ ହେବ। ନୂଆଗାଁ ସମିତି ଅଧିନରେ ଆସୁନଥିବା ଅଞ୍ଚଳର ଲୋକ ଏବଂ ବାହାର ଲୋକମାନଙ୍କୁ ବେଆଇନ ଭାବେ ଏହି ସମିତିର ସଭ୍ୟ କରାଯାଇ ସେମାନଙ୍କୁ ଲକ୍ଷାଧିକ ଟଙ୍କାର ଋଣ ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ଗତ ୨୦୧୮ମସିହା ଠାରୁ ଏହି ସମିତିରୁ ଋଣ ନେଇଥିବା ଚାଷୀଙ୍କ ଜମିକୁ ସେମାନଙ୍କ ଅଗୋଚରରେ ଧାନ ବିକ୍ରୀ ନିମନ୍ତେ ସମିତିର କର୍ମଚାରୀ ପଞ୍ଜିକରଣ କରାଇ ବାହାରୁ କମ ଦାମରେ ଧାନ କିଣି ସରକାରୀ ଦରରେ ଏହି ସମିତିରେ ଧାନ ବିକ୍ରୀ କରି କର୍ମଚାରୀମାନେ ଲାଭବାନ ହେଉଥିବା ଅଭିଯୋଗ ହୋଇଛି। ଏହି ସମିତିର ସଭ୍ୟ ଜିତେନ୍ଦ୍ର କୁମାର ମହାନ୍ତି, ପିତା ପୂର୍ଣ୍ଣଚନ୍ଦ୍ର, ଗ୍ରାମ – ନୂଆଗାଁଙ୍କର ଗତ ୨୦୨୦ମସିହା ଫେବୃୟାରୀମାସ ୧୪ତାରିଖରେ ମୃତ୍ୟୁ ହୋଇଥିବା ବେଳେ ଗତ ୨୦୨୦ମସିହା ମାର୍ଚ୍ଚମାସ ୩ତାରିଖରେ ତାଙ୍କ ନାମରେ ୧୪୭ନମ୍ବର ଟୁକନରେ ୪୦ କ୍ୱିଣ୍ଟାଲ ଧାନ ମଣ୍ଡିରେ ବିକ୍ରୀ କରାଯାଇ ଗତ ୧୨.୦୩.୨୦୨୦ରିଖରେ ସମିତି ବ୍ୟାଙ୍କରୁ ସେ ବାବଦ ଅର୍ଥ ଉଠାଇ ନିଆଯାଇଥିବା ଅଭିଯୋଗ ହୋଇଛି। ଜମି ନଥିବା ସଭ୍ୟଙ୍କୁ ଜମି ଥିବା ସଭ୍ୟଙ୍କ ଅପେକ୍ଷା ଅଧିକ ଅର୍ଥ ଋଣ ପ୍ରଦାନ କରାଯାଇଥିବା ସହିତ ସମିତିର ସଭ୍ୟ ହେବା ପାଇଁ ଜଣେ ଚାଷୀଙ୍କ ଠାରୁ ୮ଶହରୁ ଏକ ହଜାର ଟଙ୍କା ନିଆଯାଉଥିବା ବେଳେ ସେମାନଙ୍କୁ ୨୫ଟଙ୍କାର ରସିଦ ପ୍ରଦାନ କରାଯାଉଛି। ସମିତିର ପ୍ରଶାସକ ଏବଂ କର୍ମଚାରୀମାନେ ଚାଷୀଙ୍କ ଠାରୁ ଋଣ ଲଗାଣ ଓ ଫସଲ ବୀମା କରିବା ପାଇଁ ମୋଟା ଅଙ୍କର ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଗତ ୨୦୧୭ ମସିହାରୁ ୨୦୨୦ ମସିହା ପର୍ଯ୍ୟନ୍ତ ଫସଲ ବୀମା ବାବଦ ଲକ୍ଷ ଲକ୍ଷ ଟଙ୍କା ସମିତିରେ ହରିଲୁଟ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ୨୦୨୦ମସିହାରେ ରବି ଓ ଖରିଫ ଚାଷ ନିମନ୍ତେ ସମିତିର ଋଣୀମାନଙ୍କ କିଷାନ କ୍ରେଡିଟ କାର୍ଡର ନବୀକରଣ କରାଯାଇନଥିବାରୁ ସେମାନେ ବୀମା ଅର୍ଥ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏହିସବୁ ଅଭିଯୋଗର ତୁରନ୍ତ ବିଧିବଦ୍ଧ ତଦନ୍ତ କରାଯାଇ ଦୋଷୀ କର୍ମଚାରୀଙ୍କ ବିରୋଧରେ ଦୃଢ ପଦକ୍ଷେପ ଗ୍ରହଣ କରାଯିବାକୁ ସମିତିର ଚାଷୀମାନଙ୍କ ପକ୍ଷରୁ ବିଶ୍ୱକାନ୍ତ ନନ୍ଦ, ଅମର କୁମାର ଜେନା, ଅନାଦି ଚରଣ ଜେନା, ଶଙ୍କର୍ଷଣ ରାଉତ, ରଞ୍ଜିତ ରାଉତ, ରାଜେନ୍ଦ୍ର ସ୍ୱାଇଁ, ଗଜେନ୍ଦ୍ର ମହାନ୍ତି, ଅଜୟ ପ୍ରଧାନ, ଅଶୋକ ରାଉତ, ନିରଞ୍ଜନ ସାମଲ, ବସନ୍ତ କୁମାର ଦାସ, ସିଦ୍ଧାନ୍ତ ରାଉତ ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି ନିବେଦନ କରିଛନ୍ତି। ଏହି ଅଭିଯୋଗର ନକଲ ୫-ଟି ସଚିବ, କେନ୍ଦ୍ରାପଡା ସମବାୟ ସମିତି ସମୁହର ସହକାରୀ ନିବନ୍ଧକ, କଟକ ଡି.ଆର.ସି.ଏସ., ଭୁବନେଶ୍ୱର ରେଜିଷ୍ଟାର, କୃଷି ଓ ସମବାୟ ବିଭାଗ ସଚିବ ଏବଂ ଆଳି ସି.ସି.ବି.ର ଶାଖା ପରିଚାଳକଙ୍କୁ ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.