Home ଜିଲ୍ଲା ପରିକ୍ରମା ନୂଆଖାଇ ଓ ଚାଷୀ ସମ୍ବର୍ଦ୍ଧନା ସମାରୋହ

ନୂଆଖାଇ ଓ ଚାଷୀ ସମ୍ବର୍ଦ୍ଧନା ସମାରୋହ

34

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୃଷିଭିତ୍ତିକ ପର୍ବ ନୂଆଖାଇ ଅବସରରେ ମହିନ୍ଦ୍ରା ଓ ମହିନ୍ଦ୍ରା ଟ୍ରାକ୍ଟର ପକ୍ଷରୁ ଭଦ୍ରକ ଜିଲ୍ଲାର ସ୍ୱୀକୃତିପ୍ରାପ୍ତ ଡିଲର ପି.ଏନ୍‌. ଏଜେନ୍ସି ଦ୍ୱାରା ମହିନ୍ଦ୍ରା ଟ୍ରାକ୍ଟର ଶୋରୁମ ପ୍ରାଙ୍ଗଣରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶହୀଦ୍ ଭଗତ୍ ସେନାର ଆବାହକ ସୀତାଂଶୁ ଶେଖର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଚାଷୀ ବନ୍ଧୁ ମାନଙ୍କୁ ଉତ୍ସାହିତ କରିବା ସହିତ ମହିନ୍ଦ୍ରା ଟ୍ରାକ୍ଟରର ସେବା ବିଷୟରେ ଆଲୋକପାତ କରିଥିଲେ। ଏହା ଛଡା ପି ଏନ ଏଜେନ୍ସି ର ପାର୍ଟନର ଅମୃତା ପ୍ରିତମ ମହାପାତ୍ର ଓ ମହିନ୍ଦ୍ରା କମ୍ପାନୀ ତରଫରୁ ଏନ. ସୁରେଶ ରାଓ ଏବଂ ପି. ଏନ. ଏଜେନ୍ସିର ରାଜେଶ ବେହେରା ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ। ସଭାକୁ ପରିଚାଳନା କରିଥିଲେ ସଞ୍ଜିବ ବେହେରା। ଏହି ଅବସରରେ ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକର ଉନ୍ନତ ଚାଷୀ ମାନଙ୍କୁ ଚାଷ କ୍ଷେତ୍ରରେ ଅବଦାନ ପାଇଁ ୩୦ ଜଣ ଚାଷୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.